ନିଖୋଜ ମା’କୁ ଖୋଜୁଛନ୍ତି ୫ ଛୁଆ: ଆଖିରୁ ଶୁଖୁନି ଲୁହ, ସସ୍ମିତା ନିଖୋଜ ପରେ ଝୁରୁଛନ୍ତି ପିଲା

227

କନକ ବ୍ୟୁରୋ: ୫ ପିଲାର ମାଆ ନିଖୋଜ । ନିଷ୍ପାପ କୁନି କୁନି ପିଲା ମାଆର ଫଟୋ ଧରି ଖୋଜି ବୁଲୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମା’ତୁ କୁଆଡେ ଗଲୁ? ୧୧ବର୍ଷର ଝିଅ କୋଳରେ ବସିଛନ୍ତି କୁନି କୁନି ଭାଇ ଭଉଣୀ । ମାଆକୁ ଝୁରି ଝୁରି ପିଲାଙ୍କ ଆଖିରୁ ଶୁଖୁନି ଲୁହ । ବାଲେଶ୍ୱର ବାଲିଆପାଳ ଶଙ୍କରପୁର ଗାଁର ସସ୍ମିତା ମାଝୀ କେଉଁଆଡେ ଚାଲିଯାଇଛନ୍ତି । ମାଆର ପଣତ କାନିରେ ଆଶ୍ରୟ ନେଇଥିବା ଏହି ନିଷ୍ପାପ ମାନେ ମାଆକୁ ଝୁରି ହେଉଛନ୍ତି । କିଛି ଦିନ ହେଲା ମା’ନଥିବାରୁ ଖାଇବା ପିଇବା ବି ବନ୍ଦ ହୋଇଯାଇଛି ପିଲାମାନଙ୍କର । କେବଳ ପିଲା ନୁହନ୍ତି ପରିବାର ଲୋକେ ବି ସସ୍ମିତାଙ୍କୁ ଖୋଜୁଛନ୍ତି । ଘରେ କିଛି ଦିନ ତଳେ ସ୍ୱାମୀ ଜୟନ୍ତଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତାପରଦିନଠାରୁ ନିଖୋଜ ହୋଇଯାଇଛନ୍ତି ସସ୍ମିତା । ବିଭିନ୍ନ ସ୍ଥାନରୁ ଖୋଜିଚାଲିଛନ୍ତି ସ୍ୱାମୀ ଓ ପରିବାର । ହେଲେ ଏପର୍ଯ୍ୟନ୍ତ କୌଣସି ପତା ମିଳୁନି ତାଙ୍କର । ସେହିଭଳି ଥାନାରେ ମଧ୍ୟ ଏତଲା ଦେଇସାରିଥିଲେ ବି ନିଖୋଜ ସସ୍ମିତାଙ୍କ ମିଳୁନି ପତା । କ୍ୟାମେରା ଆଗରେ ସସ୍ମିତାଙ୍କୁ ଫେରି ଆସିବାକୁ କଇଁ କଇଁ କାନ୍ଦି ଅନୁରୋଧ କରିଛନ୍ତି ପରିବାର ।