ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରକ୍ ! ଦୁର୍ଘଟଣାରେ ୪ମୃତ, ୫ଗୁରୁତର

63

କନକ ବ୍ୟୁରୋ: ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଟାଟା ମ୍ୟାଜିକରେ ବସିଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।  ଗୁରୁତରଙ୍କୁ ମେଡିକାଲରେ ଧର୍ମଶାଳା ଭର୍ତ୍ତି କରାଯାଇଛି । ଯାଜପୁର ଧର୍ମଶାଳା ଜେନାପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସମସ୍ତେ କଳିଙ୍ଗନଗର ଯାଉଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡୁବୁରୀ ଆଡୁ ୯/୧୦ ଜଣ ଯାତ୍ରୀ ନେଇ ଟାଟା ମ୍ୟାଜିକ୍ ଗାଡ଼ିଟି ଚଣ୍ଡିଖୋଲ ଆଡକୁ ଆସୁଥିବା ବେଳେ ଏହାକୁ ପାରାଦୀରୁ ଲୁହା ପଥର ଅନ୍ ଲୋଡ଼୍ କରି ଡୁବୁରି ଆଡ଼କୁ ଫେରୁଥିବା ଏକ ଟ୍ରକ୍ ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ୍ ଉପରେ ସାମନା ପଟୁ ଯୋରରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ଏହି ଦୁଘଟଣାରରେ ୫ ଜଣ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଲୋକେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଡୁବୁରୀ- ଛଣ୍ଡିଖୋଲ ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ଜେନାପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।