ବଦଳିଲା ସରକାର, ବଦଳିଲା ଢ଼ାଞ୍ଚା । ବାବୁରାଜ୍ ଯୁଗ ଶେଷ । ପରିବର୍ତ୍ତନ ହୋଇପାରେ ତୃତୀୟ ମହଲାର କଳେବର

1,132

କନକ ବ୍ୟୁରୋ: କୁହାଯାଏ ତୃତୀୟ ମହଲା ପ୍ରଶାସନର କେନ୍ଦ୍ର ବିନ୍ଦୁ । ସବୁକିଛି ନୀତି ନିଷ୍ପତି ନିଆଯାଏ ଏଠାରେ । କିଏ ମନ୍ତ୍ରୀ ହେବେ, କିଏ ପ୍ରଶାସକ ହେବେ, କିଏ ଶାସନଭାର ସମ୍ଭାଳିବ, ତା’ର ନୀତି ନିର୍ଦ୍ଧାରଣ ହୁଏ । ଆଉ ଏହାର ମୁଖ୍ୟ କାର୍ପଟଦାର ଥିଲେ କିଛି ହାତ ଗଣତି ବାବୁ । ଯେଉଁମାନେ ବର୍ଷ ବର୍ଷ ଧରି ତୃତୀୟ ମହଲାରେ ରହି ନିଜର ଆଧିପତ୍ୟ ଜାହିର କରିଆସୁଥିଲେ । କ୍ଷମତାକୁ ମଧ୍ୟ ନିଜ ହାତମୁଠାରେ ରଖି ବ୍ୟବସ୍ଥାକୁ ଚଳାଉଥିଲେ । ଏପରିକି ବିରୋଧୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ଯେ ଏମାନେ କୋଟେରୀ କରି କେବଳ ଶାସନ ନୁହେଁ, ରାଜନୀତିରେ ହସ୍ତକ୍ଷେପ ମଧ୍ୟ କରୁଥିଲେ । ଆଉ ଯେତେବେଳେ ସରକାର ପରିବର୍ତ୍ତନ ହୋଇଯାଇଛି, ସେତେବେଳେ ଏ ବାବୁଙ୍କର ଭବିଷ୍ୟତ କ’ଣ ହେବ, ତୃତୀୟ ମହଲା ଅର୍ଥାତ ସିଏମଓରେ ରହିବେ ନା ଏମାନଙ୍କୁ ପରିବର୍ତ୍ତନ କରାଯିବ, ତାକୁ ନେଇ ଉଠିଛି ପ୍ରଶ୍ନ ।

ଡିଏସ କୁଟ୍ଟେ – ‘ସିଏମଓ’ର ସ୍ୱତନ୍ତ୍ର ସଚିବ

  • ୨୦୧୭ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ
  • ପୂର୍ବରୁ କୁଟ୍ଟେଙ୍କ ଉପରେ ସିଇଓଙ୍କ ପକ୍ଷରୁ ଆକ୍ସନ ନିଆସରିଛି
  • ଏବେ ସିଏମଓରେ ରହିବେ ନା ତାଙ୍କୁ ପରିବର୍ତ୍ତନ କରାଯିବ?
  • ଦୀର୍ଘ ୭ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ରହି ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ
  • କୁହାଯାଉଛି, ତାଙ୍କୁ ବଦଳି କରାଯାଇପାରେ

ରୁପା ରୋଶନ ସାହୁ – ‘ସିଏମଓ’ର ଯୁଗ୍ମ-ସଚିବ

  • ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ
  • ଦୀର୍ଘ ୭ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡ଼ି ବସିଛନ୍ତି
  • କୁହାଯାଉଛି, ରୁପା ରୋଶନଙ୍କ ସ୍ଥାନ ପରିବର୍ତ୍ତନ ହୋଇପାରେ

ଆର୍. ଭିନୀଲ କ୍ରିଷ୍ଣା – ‘ସିଏମଓ’ର ସ୍ୱତନ୍ତ୍ର ସଚିବ

  • ୨୦୨୧, ଜାନୁଆରୀରୁ ସିଏମଓର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ
  • କ୍ରୀଡ଼ା ବିଭାଗ ମଧ୍ୟ ତାଙ୍କ ଅଧିନରେ ରହିଛି
  • ଚର୍ଚ୍ଚା ହେଉଛି, ତାଙ୍କର ମଧ୍ୟ ବଦଳି ହୋଇପାରେ

ତୃତୀୟ ମହଲାରେ ବର୍ଷ ବର୍ଷ ଧରି ଚାଲିଥିଲା ବାବୁଙ୍କ ରାଜ । ଏବେ ନୂଆ ସରକାର ଆସିବା ପରେ ଏମାନଙ୍କ ସ୍ଥାନ ସୁରକ୍ଷିତ ରହିବ ନା ବଦଳି ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।