ଚୀନରେ କରୋନାର ସାଂଘାତିକ ସ୍ଥିତି : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଜିନପିଙ୍ଗ; କହିଲେ ଜୀବନ ବଞ୍ଚାଇବା ପାଇଁ ନିଆଯାଉଛି ପଦକ୍ଷେପ

247

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ବଢି ଚାଲିଛି । ଏହାରି ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଚୀନରେ ହଟିବ କ୍ୱାରେନଟାଇନ୍ ବ୍ୟବସ୍ଥା । ଏହା ସହ ଆସନ୍ତା ଜାନୁଆରୀ ୮ ତାରିଖରୁ ସୀମା ଲୋଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଚୀନରେ ମାତ୍ର ୨୦ ଦିନରେ ୨୫ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି । ଚୀନରେ ଜିରୋ କୋଭିଡ୍ ନୀତି ହଟିବା ପରେ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଚୀନରେ ହସ୍ପିଟାଲ ବେଡର ଘୋର ଅଭାବ ଦେଖାଦେଇଛି । ଗୁରୁତର ରୋଗୀଙ୍କୁ ଆଇସିୟୁ ମିଳୁନାହିଁ । ଅନେକ ହସ୍ପିଟାଲରେ ରୋଗୀ ଚଟାଣରେ ଚିକିତ୍ସା ହେଉଛନ୍ତି ।