ମଣିପୁର ଗସ୍ତରେ ଯିବେ ୧୬ ଟି ବିରୋଧୀଦଳର ୨୦ ଜଣ ସାଂସଦ, ଘାଟି ଅଞ୍ଚଳ ସହ ପାହାଡ ଅଞ୍ଚଳ ବୋଲି ବୁଝିବେ ଲୋକଙ୍କ ଅସୁବିଧା

60

କନକ ବ୍ୟୁରୋ : ଚଳିତ ବର୍ଷ ମେ’ମାସ ୩ ତାରିଖରୁ ମଣିପୁରରେ ଜାତିଗତ ହିଂସା ଲାଗି ରହିଛି । କୁକୀ ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ପାଖାପାଖି ୩ ମାସ ହେବ ଚାଲିଥିବା ବେଳେ ହିଂସାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଏହାରି ମଧ୍ୟରେ ମଣିପୁରରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବାର ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମଣିପୁରକୁ ନେଇ ସରଗରମ ହେଉଛି । ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବିରୋଧୀଙ୍କ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ଏସବୁ ଭିତରେ ଆସନ୍ତା କାଲି ମଣିପୁରର ସ୍ଥିତି ବୁଝିବାକୁ ‘ଇଣ୍ଡିଆ’ ମେଣ୍ଟରେ ଥିବା ବିରୋଧୀଦଳଙ୍କ ମଧ୍ୟରୁ ୧୬ ଦଳର ୨୦ ଜଣ ସାଂସଦ ଯାଉଛନ୍ତି । ଏନେଇ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ମଣିପୁର ଗସ୍ତ କରିବାକୁ ଥିବା ସାଂସଦମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ସାଂସଦମାନେ ୨୯-୩୦ ଦୁଇଦିନ ଧରି ମଣିପୁରର ହିଂସାଗ୍ରସ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ବାବଦରେ ବୁଝିବେ । ମଣିପୁର ଗସ୍ତ ପାଇଁ ଇଣ୍ଡିଆ ମେଣ୍ଟ ପ୍ରକାଶ କରିଥିବା ତାଲିକାରେ
ଅଧୀର ରଞ୍ଜନ ଚୌଧୁରୀ (କଂଗ୍ରେସ)
ଗୌରବ ଗୋଗୋଇ (କଂଗ୍ରେସ)
ରାଜୀବ ରଞ୍ଜନ ସିଂ (ଜେଡିୟୁ)
ସୁସ୍ମିତା ଦେବ (ଟିଏମସି)
କାନିମୋଝୀ କରୁଣାନିଧୀ (ଡିଏମକେ)
ସନ୍ଦୋଶ କୁମାର ପି (ସିପିଆଇ)
ଏ.ଏ ରହିମ୍ (ସିପିଆଇଏମ୍)
ମନୋଜ କୁମାର ଝା (ଆରଜେଡି)
ଜାଭେଦ ଅଲ୍ଲୀ ଖାନ (ସମାଜବାଦୀ ପାର୍ଟି)
ମହୁଆ ମାଞ୍ଝୀ (ଜେଏମଏମ)
ପିପି ମହମ୍ମଦ ଫୈଜଲ (ଏନସିପି)
ଅନୀଲ ପ୍ରସାଦ ହେଗଡେ (ଜେଡିୟୁ)
ଇଟି ମହମ୍ମଦ ବସିର (ଆଇୟୁଏମଏଲ)
ଏନକେ ପ୍ରେମଚନ୍ଦ୍ରନ (ଆରଏସପି)
ସୁଶିଲ ଗୁପ୍ତା (ଆପ୍)
ଅରବିନ୍ଦ ସାୱନ୍ତ (ଶିବସେନା)
ଡି. ରବିକୁମାର (ଭିସିକେ)
ଜୟନ୍ତ ସିଂ (ଆରଏଲଡି)
ଫୁଲୋଦେବୀ ନେଟାମ (କଂଗ୍ରେସ)
ଗସ୍ତ ପୂର୍ବରୁ କଂଗ୍ରେସ ସାଂସଦ ନସୀର ହୁସେନ କହିଛନ୍ତି କି ଆସନ୍ତା କାଲି ‘ଇଣ୍ଡିଆ’ ମେଣ୍ଟର ଡେଲିଗେସନ ମାନେ ମଣିପୁରର ପାହାଡୀ ଓ ଘାଟୀ ଅଞ୍ଚଳ ପରିଦର୍ଶନ କରିବେ । ଏହି ଗସ୍ତ ପଛରେ ମଣିପୁରବାସୀଙ୍କ ପାଖରେ ଏହି ସନ୍ଦେଶ ପହଂଚାଇବାକୁ ଯେ, ଆମେ ସମସ୍ତେ ସେମାନଙ୍କ ସହିତ ରହୁଛୁ ଓ ଶାନ୍ତି ଫେରାଇଆଣିବାକୁ ନିଜ କ୍ଷମତା ମୁତାବକ ସବୁକିଛି କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ନସୀର ହୁସେନ କହିଛନ୍ତି ।