ପୋଲରୁ ଖସି ପଡିଲା ବସ୍, ୧୫ ମୃତ : ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା

1,151

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ବ୍ରିଜ ତଳକୁ ଖସିପଡିଲା ବସ । ୧୫ ଜଣଙ୍କ ମୃତ୍ୟୁ, ୨୫ ରୁ ଅଧିକ ଆହତ । ମଧ୍ୟପ୍ରଦେଶ ଖାର୍ଗୋନ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି । ଏକ ବସ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବସଟି ପ୍ରାୟ ୩୦ ଫୁଟ ତଳକୁ ଖସିପଡିଛି । ଘଟଣାସ୍ଥଳରେ ଅନେକ ଲୋକ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ସେହିପରି ଗୁରୁତରଙ୍କୁ ୫୦ହଜାର ଲେଖାଏଁ ଏବଂ ଆହତଙ୍କୁ ୨୫ହଜାର ଲେଖାଏଁ ସହାୟତା ଘୋଷଣା କରାଯାଇଛି ।