ଜାରି ରହିଛି ଛଟେଇ, ଏବେ‘ଲିଙ୍କଡଇନ୍’ କମ୍ପାନୀ ଏତେ କର୍ମଚାରୀ ଛଟେଇ କରିବାକୁ କଲା ଘୋଷଣା

151

କନକ ବ୍ୟୁରୋ : ସାରା ବିଶ୍ୱରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏହା ବିଶେଷ ଭାବେ ଆଇଟି କମ୍ପାନୀମାନଙ୍କ ଉପରେ ପ୍ରଭାବ ପକାଇଛି । କିଛିଦିନ ପୂର୍ବରୁ ଗୁଗୁଲ, ମେଟା, ଅମାଜନ, ଟ୍ୱିଟର ଭଳି କମ୍ପାନୀମାନେ କର୍ମଚାରୀ ଛଟେଇ କରିଥିବା ବେଳେ ଏହି ଧାରାରେ ସାମିଲ ହୋଇଛି ଲିଙ୍କଡଇନ ୍ କମ୍ପାନୀ   । କମ୍ପାନୀ ତରଫରୁ ଏକ ବଡ ଧରଣର କର୍ମଚାରୀ ଛଟେଇ କରାଯିବା ନେଇ ଘୋଷଣା କରାଯାଇଛି । ବିଜନେସ ପ୍ରଫେସନାଲ ସୋସିଆଲ ମିଡିଆ ସାଇଡ ଲିଙ୍କଡଇନ ତରଫରୁ ୭୧୬ ଜଣ କର୍ମଚାରୀ ଛଟେଇ କରାଯିବା ନେଇ ଘୋଷଣା କରାଯାଇଛି । ଏହାସହ କମ୍ପାନୀ ତରଫରୁ ଚାଇନିଜ୍ ଜବ୍ ଆପ୍ଲିକେଶନକୁ ବି ବନ୍ଦ କରାଯିବ ବୋଲି ସ୍ଥିର କରାଯାଇଛି ।

ସୂଚନା ଥାଉକି ଏବେ ଲିଙ୍କଡଇନ୍ କମ୍ପାନୀରେ ୨୦ ହଜାର କର୍ମଚାରୀ କାମ କରୁଛନ୍ତି । ଗୋଟିଏ ପଟେ ପ୍ରତ୍ୟେକ ତିନିମାସରେ କମ୍ପାନୀର ରୋଜଗାର ବୃଦ୍ଧି ପାଉଥିବା ବେଳେ କମ୍ପାନୀ କର୍ମଚାରୀ ଛଟେଇ କରିବା ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ହେଲେ ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କମ୍ପାନୀ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ।

ଲିଙ୍କଡଇନ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୟାନ ରୋସଲେନସ୍କି କର୍ମଚାରୀଙ୍କୁ ଏକ ଇ-ମେଲ ମାଧ୍ୟମରେ କହିଛନ୍ତି କି ବଦଳୁଥିବା ସ୍ଥିତିକୁ ଦେଖି କମ୍ପାନୀ ବୈଶିକ ବିଜନେସ୍ ଅର୍ଗାନଇଜେସନ ତରଫରୁ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏହି କ୍ରମରେ ଏବେ କମ୍ପାନୀ ତରଫରୁ ୭୧୬ ଜଣ କର୍ମଚାରୀ ଛଟେଇ କରିବାକୁ ଯାଉଛି ।