ସୋସିଆଲ୍ ମିଡିଆରେ ନେତାଙ୍କ #10YearChallenge ! ଭାଇରାଲ୍ ହେଲା ମୋଦି,ରାହୁଲ ଏବଂ ରାଜୀବ ଗାନ୍ଧୀଙ୍କ ୧୦ ବର୍ଷ ତଳର ଫଟୋ ।

102

ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା ହୋଇଥାଏ । କେତେବେଳେ କିକି ଚ୍ୟାଲେଞ୍ଜ,କେତେବେଳେ ମୋମୋ ଚ୍ୟାଲେଞ୍ଜ ତ ଆଉ କେତେବେଳେ ଆଉ କେଉଁ ଚ୍ୟାଲେଞ୍ଜ । ଏବେ ଆଉ ଏକ ଚ୍ୟାଲେଞ୍ଜ ଆରମ୍ଭ ହୋଇଯାଇଛି । ଯାହାକୁ #10YearChallenge ର ନାଁ ଦିଆଯାଇଛି । ଫେସବୁକ୍ ଏବଂ ଟ୍ୱିଟରରେ ଲୋକଙ୍କ ୧୦ ବର୍ଷ ପୁରୁଣା ଫଟୋକୁ ସେୟାର୍ କରି ଲୋକେ ଆଜିର ସମୟ ଏବଂ ଦଶବର୍ଷ ପୁରୁଣା ସମୟକୁ ତୁଳନା କରୁଛନ୍ତି । ଅନ୍ୟପକ୍ଷରେ ବ୍ୟଙ୍ଗାତ୍ମକ ଢଙ୍ଗରେ ରାହୁଲ ଗାନ୍ଧୀ,ଅରବିନ୍ଦ କେଜରିୱାଲ୍ ଏବଂ ଅନ୍ୟ ନେତାଙ୍କ ଉପରେ ମଧ୍ୟ ଏଭଳି ଟ୍ୱିଟ୍ କରାଯାଇଛି ।

 

ସାଗର ନାମକ ଜଣେ ୟୁଜର୍ କେନ୍ଦ୍ରମନ୍ତ୍ରୀ ବିଳାସ ପାସବାନଙ୍କ ୧୦ ବର୍ଷ ତଳର ଫଟୋକୁ ସେୟାର୍ କରିଥିଲେ । ସେ ୨୦୦୯ ରେ କେନ୍ଦ୍ରମନ୍ତ୍ରୀ ଥିଲେ ୨୦୧୯ ରେ ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ହିଁ ଅଛନ୍ତି ।

ଟ୍ୱିଟରରେ ରାହୁଲ ରାଜ୍ ନାମକ ଜଣେ ବ୍ୟକ୍ତି ୧୦ ବର୍ଷ ପରିବର୍ତ୍ତେ ୫୦ ବର୍ଷ ପୁରୁଣା ଫଟୋକୁ ସେୟାର୍ କରିଥିଲେ । ସେ ଏକ ଚାଳ ଘରକୁ ପ୍ରବେଶ କରୁଥିବା ପୂର୍ବ ପିଏମ୍ ରାଜୀବ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫଟୋକୁ ତୁଳନା କରିଥିଲେ । ଯାହାକୁ ବାରମ୍ବାର ଟ୍ୱିଟ୍ ମଧ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ ବିଜେପି ନେତା ଜିତୁ ବଘାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ସେୟାର୍ କରି ଲେଖିଛନ୍ତି ଯେ ସମୟ ଖୁବଶୀଘ୍ର ବଦଳୁଛି ।

କଂଗ୍ରେସ ନେତା ଅଭିଶେକ ଦତ୍ତ ଅରବିନ୍ଦ କେଜରିୱାଲଙ୍କ ଫଟୋକୁ ସେୟାର୍ କରିଥିଲେ ।