ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ,ଅଳ୍ପକେ ବର୍ତ୍ତିଲେ ଘର ଲୋକ ।କ୍ୟାମେରାରେ କଏଦ ହେଲା ଗ୍ୟାସ ସିଲିଣ୍ଡର ଫାଟିବାର ଦୃଶ୍ୟ ।

277

କନକବ୍ୟୁରୋ: ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ । ଅଳ୍ପକେ ବର୍ତିଲେ ଘର ଲୋକ । କ୍ୟାମେରାରେ କଏଦ ହେଲା ଗ୍ୟାସ ସିଲିଣ୍ଡର ଫାଟିବାର ଦୃଶ୍ୟ । ଆଉ ସିଲିଣ୍ଡର ଫାଟିବାରୁ ଯେଉଁ ଶବ୍ଦ ହୋଇଥିଲା ତାହା ପୁରା ଅଂଚଳକୁ ଦୋହଲାଇ ଦେଇଥିଲା । ବାଲେଶ୍ୱର ଝାଡ଼େଶ୍ୱର ମନ୍ଦିର ପଛପଟେ ରହୁଥିବା ମନ୍ଦିର ପୂଜକଙ୍କ ଘରେ ନିଆଁ ଲାଗିଯାଇଛି । ଚାଳ ଘର ଥିବାରୁ ଅଳ୍ପ ସମୟ ମଧ୍ୟରେ ସବୁ ପୋଡ଼ିଜଳି ପାଉଁସ ହୋଇଯାଇଛି । ତେବେ କିପରି ଗ୍ୟାସ ଟାଙ୍କିରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି ।