ପୁଣି ଇଭିଏମ ରାଜନୀତି । ଏଲନ୍ ମସ୍କଙ୍କ ଟ୍ୱିଟ୍ ପରେ ନିଆଁରେ ଘିଅ ଢାଳିଲେ ରାହୁଲ ଗାନ୍ଧୀ । କହିଲେ, ଇଭିଏଭ୍ ଏକ ବ୍ଲାକବକ୍ସ ।

55

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ବେଳେ ଇଭିଏମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ନିର୍ବାଚନ ଫଳାଫଳ ପରେ ଏହି ପ୍ରସଙ୍ଗ ପୂରା ଗାଏବ ହୋଇଗଲା । ହେଲେ ଏବେ ହଠାତ୍ ଇଭିଏମ୍ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି । ସବୁଥର ପାଇଁ ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦିନକ ତଳେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଇଭିଏମକୁ ନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଟ୍ୱିଟ୍ କରିଥିଲେ । ଯାହା ପରେ ସୋସିଆଲ ମିଡିଆରେ ନିଆଁ ଭଳି ମାଡ଼ିଯାଇଥିଲା ଏହି ପୋଷ୍ଟ । ମସ୍କଙ୍କ ପୋଷ୍ଟ ପରେ ଏବେ ଇଭିଏମ୍କୁ ନେଇ ବିରୋଧୀ, ସରକାରଙ୍କୁ ଘେରିଛନ୍ତି । ଶାସକ ମଧ୍ୟ ଏହାର ଜବାବ ରଖିଛନ୍ତି ।