ବିଶ୍ୱ ବ୍ୟାଙ୍କର ବଡ ନିଷ୍ପତ୍ତି : ଜଳବାୟୁ ପରିବର୍ତ୍ତନ ଠାରୁ ଲଢ଼ିବା ପାଇଁ ଏବେ ଖର୍ଚ୍ଚ ହେବ ୨୦୦ ମିଲିୟନ୍ ଡଲାର

ଏହି ୫ବର୍ଷରେ ଜଳବାୟୁ ପରିବର୍ତ୍ତନ ଠାରୁ ଲଢ଼ିବା ପାଇଁ ୨୦୦ ମିଲିୟନ୍ ଡଲାର ଖର୍ଚ୍ଚ କରାଯିବ ।

133

ବିଶ୍ୱ ବ୍ୟାଙ୍କ ବର୍ଷ ୨୦୨୧-୨୫ ପାଇଁ ଜଳବାୟୁ ପରିବର୍ତ୍ତନର ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ ଫଣ୍ଡିଙ୍ଗକୁ ୨ଗୁଣ କରିଦେଇଛି । ଫଣ୍ଡକୁ ଦୁଇଗୁଣା କରି ୨୦୦ ମିଲିୟନ୍ ଡଲାର କରିଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ଉପରେ ସଂଯୁକ୍ତ ରାଷ୍ଟ୍ର ଫ୍ରେମୱର୍କ କନଭେନ୍ସନ୍ ସମ୍ମିଟରେ ଏହାର ଘୋଷଣା କରାଯାଇଛି । ଅର୍ଥାତ୍ ଏହି ୫ବର୍ଷରେ ଜଳବାୟୁ ପରିବର୍ତ୍ତନ ଠାରୁ ଲଢ଼ିବା ପାଇଁ ୨୦୦ ମିଲିୟନ୍ ଡଲାର ଖର୍ଚ୍ଚ କରାଯିବ ।

ବିଶ୍ୱ ବ୍ୟାଙ୍କ ବୟାନ ଜାରି କରିଛି କି, ପାଖାପାଖି ୧୦୦ ମିଲିୟନ୍ ଡଲାର ସିଧାସଳଖ ବ୍ୟାଙ୍କରୁ ଫଣ୍ଡ କରାଯିବ । ଏହା ବ୍ୟତୀତ ବାକି ରହିଯାଇଥିବା ଫଣ୍ଡକୁ ବିଶ୍ୱ ବ୍ୟାଙ୍କର ଦୁଇଟି ଏଜେନ୍ସି ଠାରୁ ଏକତ୍ରିତ କରାଯିବ । ପୋଲାଣ୍ଡରେ ପାଖାପାଖି ୨୦୦ ଦେଶ ଏହି ସମ୍ମିଳନୀରେ ଭାଗ ନେଉଛନ୍ତି ଏବଂ ସମସ୍ତେ ହିଁ ଜଳବାୟୁ ପରିବର୍ତ୍ତନ ଠାରୁ ଲଢ଼ିବାକୁ ବହୁତ ଜରୁରୀ ମାନନ୍ତି ।

ଜଳବାୟୁ ପରିବର୍ତ୍ତନ କାରଣରୁ ଦୁନିଆର ତାପମାତ୍ରାରେ ବୃଦ୍ଧି ହେଉଛି । ଏହାର ପ୍ରଭାବ ସାମାନ୍ୟ ପାଣିପାଗ ଉପରେ ମଧ୍ୟ ପଡୁଛି । ଏହି ସମସ୍ୟା ଯୋଗୁଁ ଦୁନିଆର ସବୁ ଦେଶ ଚିନ୍ତିତ । ବିଶେଷ କରି ଛୋଟ ଓ ଗରୀବ ଦେଶ । ଜଳବାୟୁ ପରିବର୍ତ୍ତନ ର ଘାତକ ପରିଣାମର ଶିକାର କେବଳ ଗୋଟିଏ ନୁହେଁ ବରଂ ଅନେକ ଦେଶ ହେଉଛନ୍ତି । ସାରା ଦୁନିଆରେ ସମୁଦ୍ରର ଜଳସ୍ତର ବଢ଼ି ବଢ଼ି ଯାଉଛି । ଏହା ବ୍ୟତୀତ ଜଙ୍ଗଲରେ ବି ଭୀଷଣ ଅଗ୍ନିକାଣ୍ଡ, ଲୁ ଓ ଝଡ ତୋଫାନ ଭଳି ଖବର ଆସୁଛି । ଏହାର ସିଧା ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଓ ବିକାଶ ଉପରେ ପଡୁଛି ।