ଉଦଘାଟନ ହେଲା ବିଶ୍ୱର ସବୁଠାରୁ ଦୀର୍ଘତମ ସେତୁ : ସେତୁର ମୋଟ ଲମ୍ବା ରହିଛି ୫୫ କିଲୋମିଟର

86

କନକ ବ୍ୟୁରୋ : ବିଶ୍ବର ସବୁଠାରୁ ଲମ୍ବା ସମୁଦ୍ର ବ୍ରିଜ ଉଦଘାଟିତ ହୋଇଛି । ଏହି ବ୍ରିଜ ହଂକଂ ଓ ମାକାଉରୁ ଜୁହୁହାଇର ମେନଲ୍ୟାଣ୍ଡ ଚାଇନା ସିଟି ଯାଏ ସଂଯୋଗ କରିବ । ଦକ୍ଷିଣ ମେନଲ୍ୟାଣ୍ଡ ଝୁହାଇ ସହରରେ ଥିବା ନିୟୁ ପୋର୍ଟ ଟର୍ମିନାଲ୍ ଠାରେ ହଙ୍ଗ୍ କଙ୍ଗ୍ ଏବଂ ମାକାଉ ସହରର ନେତା ଯୋଗ ଦେଇଥିବା ଉଦଘାଟନୀ ଉତ୍ସବରେ ଜି ଏହି ସେତୁକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଉକ୍ତ ବ୍ରିଜ ସାଧାରଣ ଜନତାଙ୍କ ପାଇଁ ବୁଧବାରରୁ ଖୋଲାଯିବ ।

ଚୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ ସହ ମାକାଉ ଓ ହୋଂକୋଂର ବିଭିନ୍ନ ବରିଷ୍ଠ ଅଧିକାରୀ ଜୁହୁହାଇସ୍ଥିତ ଉକ୍ତ ଉଦଘାଟନ ଉତ୍ସବରେ ଯୋଗଦାନ କରିଥିଲେ। ଏହି ବ୍ରିଜର ଲମ୍ବ ୫୫ କିଲୋମିଟିର ଓ ଏହାକୁ ନିର୍ମାଣ କରିବା ପାଇଁ ୨୦ ବିଲିୟନ ଆମେରିକାନ ଡଲାର ଲାଗିଛି । ୫୫ କିଲୋମିଟର୍ ଦୀର୍ଘ ଏହି ସେତୁରେ ରହିଛି ଏକ ସର୍ପିଳ ରାସ୍ତା ଏବଂ ପାଣି ଭିତର ସୁଡ଼ଙ୍ଗ । ଏହି ବ୍ରିଜ ଯୋଗୁଁ ଦକ୍ଷିଣ ଚୀନ, ଏହାର ୧୧ଟି ସିଟି, ମାକାଉ ଓ ହଂକଂ ସହ ଯୋଗାଯୋଗ ସରଳ ହୋଇଯିବ । ୬ ଲାଇନ ବିଶିଷ୍ଟ ଏହି ବ୍ରିଜ ଯୋଗୁଁ ଚୀନ, ମାକାଉ ଓ ହୋଂକୋଂ ଯାତ୍ରା ସରଳ ହେବ । ପ୍ରତିଦିନ ଏହି ବ୍ରିଜ ଯୋଗେ ୪୦ ହଜାର ଯାନବାହନ ଯାତାୟତ କରିବ । ଏହି ବ୍ରିଜ ନିର୍ମାଣରେ ୪ ଲକ୍ଷ ଟନ ଷ୍ଟିଲ ବ୍ୟବହାର କରାଯାଇଛି । ଏହି ବ୍ରିଜକୁ ଭୂମିକମ୍ପ, ସୁପର ଟାଇଫୁନ ଓ ଅନ୍ୟାନ ସାମୁଦ୍ରିକ ଝଡ଼ ତୋଫାନ ସହିବା ପାଇଁ ସମକ୍ଷ କରାଯାଇଛି