ସୋରିଷ ତେଲର ବ୍ୟବହାର କେତେ ଉପକାରୀ ! ଜାଣନ୍ତୁ ଏହାର ଲାଭ

96

ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଏହା ବ୍ୟତୀତ ମଜଭୁତ କେଶ ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର ହୁଏ ।

ଆପଣ ଜାଣନ୍ତି କି ସୋରିଷ ତେଲର ବ୍ୟବହାର ଦ୍ୱାରା ଆପଣ ଆକର୍ଷଣୀୟ ଲୁକ୍ ମଧ୍ୟ ପାଇପାରିବେ । ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲ ତ୍ୱଚା ପାଇଁ ବହୁତ ଉପକାରୀ ।

ହାନିକାରକ କେମିକାଲ ଯୁକ୍ତ କଣ୍ଡିସନର କେଶରେ ଲଗାଇବା ପରିବର୍ତେ କେଶରେ ସୋରିଷ ତେଲ ଲଗାନ୍ତୁ । ଏହା ପ୍ରାକୃତିକ ରୂପରେ କେଶକୁ କଣ୍ଡିସନ କରିଥାଏ ।

ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ୱ ମିଳିଥାଏ । କେଶରେ ସୋରିଷ ତେଲ ମାଲିସ କଲେ କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳେ ।

ମୁୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ । ୧ ଚାମଚ ବେସନ, ୧ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରିଷ ତେଲ ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ ।

ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା । ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ତ୍ୱଚାରେ ଚମକ ଆସେ ।