ଅଦରକାରୀ କଲ ଓ ମେସେଜ ପଠାଇଲେ ଦେବାକୁ ପଡ଼ିବ ଜୋରିମାନା ! ଟେଲିମାର୍କେଟିଂ କମ୍ପାନୀ ଗୁଡ଼ିକ ଉପରେ ଲାଗିବ ଲଗାମ୍

51

ଆପଣଙ୍କ ପାଖକୁ ମଧ୍ୟ ଟେଲିମାର୍କେଟିଂ କମ୍ପାନୀ ଗୁଡ଼ିକ ତରଫରୁ ଅନେକ ସମୟରେ ଅଦରକାରୀ ମେସଜ ତଥା କଲ ଆସୁଥିବ ନିଶ୍ଚୟ । ଆପଣ ବିରକ୍ତ ହେଲେ ମଧ୍ୟ ଦିନକୁ ଯେପରି ହେଲେ ୨ ରୁ ୩ ଥର କମ୍ପାନୀ ଗୁଡ଼ିକ କଲ କରି ବିଭିନ୍ନ ଅଫର ବିଷୟରେ କହି ବିରକ୍ତ କରନ୍ତି । ତେବେ ଏପରି ଅବାଂଛିତ କଲ ଓ ମେସେଜ ପାଇଁ ଚିନ୍ତିତ ଥିଲେ, ଆଉ ଚିନ୍ତା କରନ୍ତୁ ନାହିଁ । ଗ୍ରାହକଙ୍କୁ ବିରକ୍ତ କରୁଥିବା ଟେଲିମାର୍କେଟିଂ  କମ୍ପାନୀ ଗୁଡ଼ିକ ଏପରି କାମ କରିପାରିବେ ନାହିଁ । ତଥାପି ଯଦି ଏପରି କରନ୍ତି ତାଙ୍କୁ ଜୋରିମାନା ଦେବାକୁ ପଡ଼ିବ । ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ ଏପରି କମ୍ପାନୀ ଗୁଡ଼ିିକ ଉପରେ ରୋକ ଲଗାଇବା ପାଇଁ ବ୍ଲକଚେନ୍ ନାମକ ଏକ ଜ୍ଞାନକୌଶଳ ଆପଣାଇବା ପାଇଁ ନିଷ୍ପତ୍ତି ନେଇଛି । ଏହି ଜ୍ଞାନକୌଶଳ କେବଳ ଅଧିକୃତ କମ୍ପାନୀ ଦ୍ୱାରା ସେବା ନେବାକୁ ଇଚ୍ଛୁକ ଉପଭୋକ୍ତାଙ୍କୁ ଠିକ ସମୟରେ ଓ ଉଚିତ ସଂଖ୍ୟାରେ କଲ ଓ ମେସେଜ କରିବାର ଅନୁମତି ଦିଆଯିବ ।

ଟ୍ରାଇ, ଟେଲିମାର୍କେଟିଂ କମ୍ପାନୀ ଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ ନୂଆ ନିମୟ ଜାରି କରିଛି । ଏହାସହ ଜନତାଙ୍କ ଠାରୁ ୧୧ ଜୁନ ଭିତରେ ରାୟ ମଧ୍ୟ ମାଗିଛି । ପ୍ରସ୍ତାବିତ ନିୟମ ଅନୁସାରେ ଯଦି କୌଣସି ଟେଲିମାର୍କେଟିଂ କମ୍ପାନୀ ଏକ ମାସରେ ୧୦୦ରୁ ଅଧିକ କଲ କିମ୍ବା ମେସଜ କରେ, ତେବେ ଉକ୍ତ କମ୍ପାନୀ ଗୁଡ଼ିକୁ ପ୍ରତି କଲ ପିଛା ୧୦୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ୧୦୦ରୁ ୧୦୦୦ ପର୍ଯ୍ୟନ୍ତ କଲ କିମ୍ବା ମେସେଜ ଉପରେ ଅତି କମରେ ୧ ଲକ୍ଷ ପର୍ଯ୍ୟନ୍ତ ଅର୍ଥଦଣ୍ଡ ମିଳିବ ।

ତେବେ ଟ୍ରାଇର ଏପରି ନିଷ୍ପତି ଦ୍ୱାରା ଉପଭୋକ୍ତା ଉପକୃତ ହେବେ ବୋଲି ଆଶା କରାଯାଉଛି । ଆଉ ଟେଲିମାର୍କେଟିଙ୍ଗ କମ୍ପାନୀ ଗୁଡ଼ିକର ଦୌରାତ୍ମ୍ୟରୁ ରକ୍ଷା ପାଇବେ ଗ୍ରାହକ । ଯଦି କୌଣସି ଉପଭୋକ୍ତା ନିଜେ ସେବା ନେବାକୁ ଚାହାନ୍ତି, ତେବେ ଯାଇ ଟେଲିମାର୍କେଟିଂ କମ୍ପାନୀ ତାଙ୍କୁ ମେସଜ୍ କିମ୍ବା କଲ କରିପାରିବେ । ଅନ୍ୟପକ୍ଷେ ସେବା ଚାହୁଁନଥିବା ଲୋକଙ୍କୁ ଟେଲିମାର୍କେଟିଂ କମ୍ପାନୀ ଗୁଡ଼ିକ ବିରକ୍ତ କଲେ ତାଙ୍କୁ ଅର୍ଥଦଣ୍ଡ ମିଳିବ ।