ଆଦିମ ଆଦିବାସୀଙ୍କ ନିଆରା ପରମ୍ପରା : ରାଗ-ରୁସା ଦୂର କରିବା ପାଇଁ ପରମ୍ପରା ଆଳରେ ଆଦିବାସୀଙ୍କ ରକ୍ତାକ୍ତ ସଂଘର୍ଷ

129

କନକ ବ୍ୟୁରୋ : ରାଗ ରୁସା ଦୁର କରିବା ପାଇଁ ଆଦିବାସୀଙ୍କ ରକ୍ତାକ୍ତ ସଂଘର୍ଷ । ପରସ୍ପରକୁ ଆଘାତ ଦେଇ ନିଆରା ଝାଟି ପର୍ବ ପାଳନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ଦିଦାୟୀ ଜନଜାତିର ଆଦିବାସୀ । ସଲପ ଗଛ ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ପୌଷ ସଂକ୍ରାନ୍ତିରେ ଏହି ଝାଟି ପରବ ସାଙ୍ଗକୁ ଦିଦାୟୀ ସମ୍ପ୍ରଦାୟର ଗାଁ ମୁଖିଆ ବାଛିବାର ପରମ୍ପରା ରହିଛି ।

ଦିଦାୟୀ ସମ୍ପ୍ରଦାୟର ନିଆରା ପରମ୍ପରା । ପରସ୍ପରକୁ ଆଘାତ ଦେଇ ଝାଟି ପର୍ବ ପାଳନ କରୁଛନ୍ତି ଆଦିମ ଜନଜାତୀର ଲୋକେ । । ସଲପ ଡାଳରେ ଚାବୁକ ଦିଆରି କରିବା ପରେ ଗାଁ ଦାଣ୍ଡ ରେ ଜମେ ରକ୍ତାକ୍ତ ସଂଘର୍ଷର ଆସର । ପରସ୍ପରକୁ ମାଡ ମାରି ରକ୍ତାକ୍ତ କରିଥାନ୍ତି ଏହି ଆଦିମ ଆଦିବାସୀ ମାନେ । ପରେ ଆଲିଙ୍ଗନ କରି ପୂର୍ବ  ଶତ୍ରୁତାକୁ ଦୁର କରିବାର ନିଆରା ପରମ୍ପରା ଆଜି ବି ବଜାୟ ରହିଛି ।  ପ୍ରତିବର୍ଷ କୁଡୁମୁଲୁଗୁମା ବ୍ଲକ ଓରିଙ୍ଗି ଗାଁରେ ଏଭଳି ଆୟୋଜନ କରିଥାନ୍ତି ଦିଦାୟୀ ସମ୍ପ୍ରଦାୟର ଲୋକେ ।

ଝାଟି ପର୍ବକୁ ସିମ୍ବ ପର୍ବ ମଧ୍ୟ କୁହାଯାଇଥାଏ । କାରଣ ଏହି ଦିନ ସିମ୍ବ ଓ କଖାରୁ ପରି ପନି ପରିବାକୁ ପୂଜାର୍ଚ୍ଚନା କରି ଗାଁର ଅଧିଷ୍ଠାତ୍ରୀ ଦେବୀଙ୍କୁ ଭୋଗ ଲାଗି କରାଯାଇଥାଏ ।  । ଏଥି ସହ ଆଗାମି ବର୍ଷ ପାଇଁ ଗାଁ ମୁଖିଆ ଓ ଚାଲାଣ ମଧ୍ୟ ବାଛା ଯାଏ ।

ମାଲକାନଗିରି ଜିଲ୍ଲାର କେବଳ କୁଡୁମୁଲୁଗୁମା ବ୍ଲକର ପ୍ରାୟ ୨୫ଟି ଗାଁରେ  ଆଦିମ ପ୍ରଜାତିର ଆଦିବାସୀ ମାନେ ବସବାସ କରିଥାନ୍ତି । ଏମାନଙ୍କ ପାଇଁ ଦିଦାୟୀ ଉନ୍ନୟନ ସଂସ୍ଥା ନାମକ ସ୍ୱତନ୍ତ୍ର ସଂସ୍ଥା କାମ କରୁଛି ।