ଆପଣଙ୍କ ବୁଦ୍ଧି କେତେ ପ୍ରଖର : କୁହନ୍ତୁ ତ ଏହି ଫଟୋରେ କ’ଣ ତ୍ରୁଟି ରହିଛି ?

104

ଏହା କୌଣସି ପାଠ୍ୟ ପୁସ୍ତକର ପ୍ରଶ୍ନ ନୁହେଁ ଯେ ଉତ୍ତର ଦେବାକୁ ଆପଣଙ୍କୁ କଷ୍ଟ କରିବାକୁ ପଡ଼ିବ। ସାମାନ୍ୟ ବୁଦ୍ଧି ଖର୍ଚ୍ଚ କଲେ ଯେକୌଣସି ବ୍ୟକ୍ତ ଏହାର ଉତ୍ତର ଦେଇପାରନ୍ତି। ତା’ଛଡ଼ା ସ୍ୱାକ୍ଷର ବା ନିରକ୍ଷର ଉପରେ କାହାର ବୁଦ୍ଧି ନିର୍ଭର କରେ ନାହିଁ । ଆପଣ କେତେ ବୁଦ୍ଧିମାନ ନିଜେ ହିଁ ପରୀକ୍ଷା କରି ଜାଣିନିଅନ୍ତୁ ।

ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ଫଟୋଟିରେ ଗୋଟାଏ ଲାପଟପ୍ ଦେଖିବାକୁ ମିଳୁଛି । ଲାପ୍ଟପ୍ରେ ଲାଗିଛି ଗୋଟାଏ ମାଉସ୍ । ଗୋଟାଏ ରାଉଟର୍ ବି ଦେଖିବାକୁ ଥୁଆ ଯାଇଛି ଟେବୁଲ୍ ଉପରେ । ଏପାଖରେ ଥୁଆ ଯାଇଛି ଏକ ଚା କପ୍ ଏବଂ ସେପାଖରେ ଥୁଆ ଯାଇଛି ଏକ କ୍ୟାଲେଣ୍ଡର୍ । ଟେବୁଲ୍ ସାମ୍ନାରେ ରଖାଯାଇଛି ଏକ ଚେୟାର୍ । ଟିକିଏ ଉପରେ ଏକ କଳା ମାର୍କରେ ସମୟ ବି ଉଲ୍ଲେଖ କରାଯାଇଛି । ସମୟ ୧୨.୧୦ ମିନିଟ୍ । ତେବେ, ଆପଣ ଏବେ କୁହନ୍ତୁ ଏଥିରେ ତ୍ରୁଟି କ’ଣ ରହିଛି  ?

ଅନେକ ଲୋକ ଚେଷ୍ଟା କରି ମଧ୍ୟ ଏହି ଛୋଟିଆ ତ୍ରୁଟିଟିକୁ ଧରିପାରି ନାହାନ୍ତି । ଆପଣ ଦେଖନ୍ତୁ କ୍ୟାଲେଣ୍ଡରରେ ଜୁନ୍ ୩୧ ବୋଲି ଲେଖାଯାଇଛି । ତାହାହିଁ ତ୍ରୁଟି । ହୁଏତ ଆପଣ ଅନ୍ୟମନସ୍କ ବଶତଃ ଏହାକୁ ଜାଣିପାରିନାହାନ୍ତି । ତେବେ ଜୁନ୍ ମାସରେ କ’ଣ ୩୧ ତାରିଖ ଥାଏ ?