ବରଫ ଉପରେ ରକ୍ତର ସୁଅ ! ଆଣ୍ଟାର୍କଟିକାର ଏହି ସ୍ଥାନରେ କଣ ରହିଛି ରହସ୍ୟ ?
ଆଣ୍ଟାର୍କଟିକାର ‘ବ୍ଲଡ୍ ଫଲସ’ ବା ରକ୍ତ ସୁଅ ସାଜିଛି ରହସ୍ୟମୟ । କେମିତି ଏହି ଧଳା ଟେଲର ଗ୍ଲାସିୟର ବରଫ ଉପରେ ଏପରି ରକ୍ତର ସ୍ରୋତ । ଦୁଇ ବର୍ଷ ତଳେ ଏକ ଅନୁଧ୍ୟାନ କରାଯାଇଥିଲା ଯେ ଭୂଗର୍ଭସ୍ଥ ଲୁହାର କୈାଣସି ଉଚ୍ଚ ସ୍ତର ଜଳ ଓ ଲୁଣି ଜଳ ଉପରେ ଆବରଣ ସୃଷ୍ଟି କରି ବାହାରକୁ ବାହାରୁଥିଲା । ଏହା ରକ୍ତର ଜଳ ପରି ଦୃଶ୍ୟମାନ ହେଉଥିଲା । ଯାହା ଭୂପୃଷ୍ଠରେ ହ୍ରଦ ସହ ସଂଯୋଗ ହୋଇଥିଲା । ଏହା ଧଳା ବରଫ ଉପରେ ରକ୍ତ ଭଳି ଲାଗୁଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଏହି ଭୂଗର୍ଭସ୍ଥ ଜଳ ଆଣ୍ଟାର୍କଟିକାର ଏହି ବରଫ ଉପତ୍ୟକାରେ ଏପରି ‘ବ୍ଲଡ୍ ଫଲସ’ ଭ୍ରମ ସୃଷ୍ଟି କରିଥିଲା । ବିଶେଷଜ୍ଞଙ୍କ ମତରେ ଜଳବାୟୁ ବଦଳୁଥିବାରୁ ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି । ଯାହାର ପ୍ରଭାବ ଭୂଗର୍ଭସ୍ଥ ପଦାର୍ଥ ଉପରେ ପଡୁଛି । ଏହା ଭୂଇଁ ତଳେ ଥିବା ଧାତବ ପଦାର୍ଥ ଗୁଡିକର ସମ୍ମିଶ୍ରଣରେ ଏପରି ନାଲି ରଙ୍ଗ ଧାରଣା କରୁଛି ।
( ସୈାଜନ୍ୟ : ପପୁଲାର ସାଇନ୍ସ )