ମଣିଷ ଚମଡାରେ ତିଆରି ପୋଷାକ ! ଯାହାକୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଧୋକ୍କା ଖାଇଯିବ

34

ସାଧାରଣତଃ ସବୁବେଳେ ଫ୍ୟାସନରେ ରହିବାକୁ ଲୋକେ ବିଭିନ୍ନ ତରିକା ଆପଣେଇ ଥାନ୍ତି । ଏଥିପାଇଁ ଲୋକେ ଅଜବ ଢଙ୍ଗର ପୋଷାକ ପିନ୍ଧିବାଠାରୁ ଆରମ୍ଭ କରି ନିଆରା ମେକ୍ ଅପ କରି ମଧ୍ୟ ନିଜକୁ ଅନ୍ୟମାନଙ୍କଠାରୁ କିଛି ଅଲଗା ଏବଂ ସ୍ୱତନ୍ତ୍ର ବନିବାକୁ ଚେଷ୍ଟା କରିଥାନ୍ତି । ତେବେ କିଛି ଦିନ ହେଲା ବଜାରରେ କିଛି ଏଭଳି ଢଙ୍ଗର ପୋଷାକ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଧୋକ୍କା ଖାଇଯିବେ । କାରଣ ଏଥିରେ ବ୍ୟବହୃତ କପଡା ଦେଖିବାକୁ ଅବିକଳ ମଣିଷ ଚମଡା ସଦୃଶ । ଯାହା ଦେଖିବାକୁ ଯେତେ ଭୟଙ୍କର ଆଉ ସେତିକି ମଧ୍ୟ ଫେସନପ୍ରିୟ ।

‘ଏଟସି’ ନାମକ ଏକ ସାଇଟ୍ ରହିଛି ଯେଉଁଥିରେ ବିକ୍ରି ହେଉଥିବା ପୋଷାକ ବା କପଡାଗୁଡିକ ଦେଖିବାକୁ ଅତ୍ୟନ୍ତ ଭୟଙ୍କର । ତେବେ ସେ ଜ୍ୟାକେଟ୍ ହେଉ କି ଚପଲ ,ସବୁଥିରେ ମଣିଷଙ୍କ ଚେହେରା ବନା ଯାଇଛି । ଖାଲି ସେତିକି ନୁହେଁ କେଉଁଠାରେ ମଣିଷର କାନ ରହିଛି ତ ଆଉ କେଉଁଠି ମୁହଁ ପୁଣି କେଉଁଠି ଦେଖିବାକୁ ମିଳିଛି ମଣିଷର ସଂପୂର୍ଣ୍ଣ ଶରୀର । ଯାହାକୁ ଦେଖି ଆପଣ ମଧ୍ୟ ଧୋକ୍କା ଖାଇଯିବେ ।

ଏହି କପଡା ସାଧାରଣତଃ ଲେଟେକ୍ସ ଓ ସିଲିକନରେ ତିଆରି ହୋଇଛି । ଆହୁରୀ ଭୟଙ୍କର ଦେଖାଇବା ପାଇଁ ଏହାକୁ କୌଣସି ସିଲେଇ ମେସିନରେ ତିଆରି କରା ନଯାଇ ହାତରେ ତିଆରି କରାଯାଇଛି । ଆଉ ସବୁଠାରୁ ବଡ କଥା ହେଲା ଏହି ପୋଷାକର ଅଧିକ ଡିମାଣ୍ଡ ବଜାରରେ ଦେଖିବାକୁ ମିଳିଛି । ଲୋକେ ଏଭଳି ପୋଷାକକୁ ମଧ୍ୟ ଅଧିକ ପସନ୍ଦ କରିଛନ୍ତି ।