‘ଏୟାରଟେଲ୍ ହଲିଡେ ସରପ୍ରାଇଜ୍’ର ନବକଳେବର ! ଜାଣନ୍ତୁ ଗ୍ରାହକଙ୍କ ପାଇଁ କଣ ରହିଛି ଅଫର

53

ଜିଓ ଏବଂ ଭୋଡାଫୋନକୁ ପଛରେ ପକାଇବା ପାଇଁ ଏୟାରଟେଲ୍ ନିଜର ଗ୍ରାହକଙ୍କୁ ଭେଟିଦେଇଥିବା ୩୦ ଜିବି ଫ୍ରି ଡାଟା ପ୍ୟାକେଜ୍ ତଥା ‘ହଲିଡେ ସରପ୍ରାଇଜ୍’ ଅଫରକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତକୁ ବଢାଇ ଦେଇଛି । ତେବେ, ଗତ ଏପ୍ରିଲ୍ ମାସରେ ଏହି ପ୍ଲାନଟିକୁ ଲଂଚ କରିଥିଲା ଏୟାରଟେଲ୍ କଂପାନୀ । ଯେଉଁଥିରେ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ୩୦ଜିବି ଏକ୍ସଟ୍ରା ଡାଟା ଉପଲବ୍ଧ ଥିଲା । ଆଉ ଏହାର ଶେଷ ଅବଧି ଜୁଲାଇକୁ ସ୍ଥିର କରାଯାଇଥିଲା । କିନ୍ତୁ ଏବେ କଂପାନୀ ଏହି ଅଫରଟିର ସମୟ ସୀମାକୁ ପରିବର୍ତ୍ତନ କରି ଅଧିକ ତିନି ମାସକୁ ବୃଦ୍ଧି କରିଛି ।

କିପରି ପାଇବେ ଏହି ସୁବିଧା

କଂପାନୀ ନିଜ ‘ହଲିଡେ ସରପ୍ରାଇଜ୍’ ଅଫରକୁ ‘ମନସୁନ ସରପ୍ରାଇଜ’ ଅଫର ଆକାରରେ ଗ୍ରାହକମାନଙ୍କୁ ଭେଟି ଦେଉଛି । ଏହି ପ୍ଲାନ୍ ମୁତାବକ, ୩୦ଜିବି ଡାଟା ମିଳିବ । ତେବେ ପ୍ରତ୍ୟେକ ମାସ ଡାଟା ବ୍ୟବହାର କରିବାର ସୀମା ରହିଛି ୧୦ଜିବି । ଏହି ପ୍ଲାନର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ‘ମାଇ ଏୟାରଟେଲ୍ ଆପ’ରେ ୧ ଜୁଲାଇ ପରେ ଫ୍ରି ଡାଟା ପାଇଁ କ୍ଲେମ୍ କରିବାକୁ ପଡିବ ।

ଯଦି ଆପଣ ମଧ୍ୟ ଏୟାରଟେଲର ପୋଷ୍ଟପେଡର ସେହି ଗ୍ରାହକଙ୍କ ସହିତ ସାମିଲ ଅଟନ୍ତି ଯେଉଁମାନେ କି ସରପ୍ରାଇଜ୍ ଅଫରରେ ୩୦ଜିବି ଫ୍ରି ଡାଟା ଭଳି ସୁବିଧାରୁ ଏଯାବତ ବଂଚିତ ଅଛନ୍ତି ତେବେ ଆପଣ ୧୨୧ ନମ୍ବରକୁ ‘ସରପ୍ରାଇଜ୍’ ଲେଖି ମେସେଜ୍ ପଠାଇ ସମସ୍ତ ତଥ୍ୟ ପାଇପାରିବେ କି ଉକ୍ତ ଅଫରଟି ଆପଣଙ୍କ ପାଇଁ ଉର୍ଦ୍ଦିଷ୍ଟ କି ନୁହେଁ ? ଏଥିସହିତ ଆପଣଙ୍କୁ ଏହି ସୁବିଧା ମିଳିପାରିବ କି ନାହିଁ ?

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ଜିଓ ମାଲିକଙ୍କ ଅଜବ ସଉକ୍ ! ଜାଣନ୍ତୁ କେଉଁ ବ୍ରାଣ୍ଡ ଓ କେତେ ଦାମର ଫୋନ ବ୍ୟବହାର କରନ୍ତି ଅମ୍ବାନୀ