ରେଭେନ୍ସା ସାଇନ୍-ଏ-ଡାଇ ଉଠିବା ନେଇ ଆଜି ନିଷ୍ପତ୍ତିି : ମଧ୍ୟାହ୍ନରେ ବସୁଛି ରେସିଡେନ୍ସିଆଲ କମିଟି ବୈଠକ, ପରୀକ୍ଷା ଏବଂ ପରୀକ୍ଷା ଫଳ ନେଇ ବି ହେବ ନିଷ୍ପତ୍ତି
କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଇ ଉଠିବା ନେଇ ଆଜି ହେବ ନିଷ୍ପତ୍ତି । ଛାତ୍ର ଅଶାନ୍ତିର ସମାଧାନ ନେଇ ଆଜି ବସୁଛି ରେସିଡେନସିଆଲ କମିଟି ବୈଠକ ମିଟିଂ । ଏଥିରେ ସାଇନ-ଏ-ଡାଇ ଉଠାଇବା ନେଇ ଆଜି ଚୁଡାନ୍ତ ନିଷ୍ପତ୍ତିି ହେବାର ସୂଚନା ରହିଛି । ସାଇନ-ଏ-ଡାଇ ବ୍ୟତୀତ ସ୍ଥଗିତ ରହିଥିବା ପରୀକ୍ଷା ସବୁ କେବେ ହେବ ସେନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କୂଳପତି, କୂଳ ସଚିବ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବେ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ସ୍ଥିତି ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ମଧ୍ୟ ଏହି ରେସିଡେନସିଆଲ ମିଟିଂରେ ଆଲୋଚନା ହେବା ନେଇ ସ୍ଥିର ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରେଭେନ୍ସାରେ ଗତକାଲି ସାଇନ-ଡାଏ ଘୋଷଣା ହେବା ପରେ ଆଜି ଦିନ ୧୦ଟା ସୁଦ୍ଧା ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଯାଇଥିଲା। ସକାଳ ୬ଟାରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଛାଡ଼ିବା ଆରମ୍ଭ କରିଥିଲେ ବି ସଂଧ୍ୟା ସୁଧା ଅଳ୍ପକିଛି ଛାତ୍ରଛାତ୍ରୀ ରେଭେନ୍ସା ପରିସର ଛାଡ଼ି ନଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସ ମୁତୟନ କରାଯାଇଥିବା ବେଳେ ରେଭେନ୍ସା ମୁଖ୍ୟ ଗେଟ ସମ୍ମୁଖରେ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଇନ-ଡାଏକୁ ବିରୋଧ କରି ଧାରଣା ଦିଆଯାଇଛି।
ଅନ୍ୟପାଟେ ସାଇନ-ଡାଏକୁ ଉଠାଇବାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କୁଳପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତକାଲି ଛାତ୍ର ଅଶାନ୍ତି ଯୋଗୁଁ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟରେ ସାଇନ-ଡାଏ ଘୋଷଣା କରିଥିଲେ। ସାଇନ୍-ଡାଏକୁ ନେଇ ଆଜି କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ଷ୍ଟାଫ କାଉନସିଲ ବୈଠକ ଡକାଇଥିଲେ। ମାତ୍ର ରେଭେନ୍ସା ଗେଟ ସମ୍ମୁଖରେ କମିଟି ପକ୍ଷରୁ ଧାରଣା ଦିଆଯାଇଥିବାରୁ ଏହାକୁ ବାତିଲ କରିଦିଆଯାଇଥିଲା। ବିଭିନ୍ନ ଛାତ୍ର ସଂଗଠନର ସ୍ମାରକପତ୍ର ଉପରେ ଆଲୋଚନା କରି ସାଇନ-ଡାଏ ଉଠାଇବା ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁଳପତି ଡକ୍ଟର ପାତ୍ର କହିଛନ୍ତି। ଆସନ୍ତା ୨୬ ତାରିଖରେ ସ୍ନାତକ ଓ ସ୍ନାତକୋତ୍ତରର ସମସ୍ତ ପରୀକ୍ଷାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଛାତ୍ରଛାତ୍ରୀଙ୍କ ଅସହଯୋଗ ଓ ଜିଦ୍ ଯୋଗୁଁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଲେ। ତେଣୁ ବହୁ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁଳପତି ଡକ୍ଟର ପାତ୍ର କାହିଛନ୍ତି।