ଅଦ୍ଭୁତ ନଦୀ : ଦିନକୁ ଦୁଇଥର ବଦଳାଏ ପାଣିର ରଙ୍ଗ, ଯାଂଚ ପରେ ବି ଜଣାପଡିଲାନି କାରଣ ।

ପାଣିର ରଙ୍ଗ ବଦଳାଏ ନଦୀ !

169

ବିଲାସପୁରର ସରଗାଁ ପାଖରେ ମନିୟାରୀ ନଦୀର ପାଣି ଏବେ ରଙ୍ଗ ବଦଳାଇବାକୁ ଲାଗିଲାଣି । ସକାଳେ ଏହାର ରଙ୍ଗ ନାଲି ଥାଏ । ସନ୍ଧ୍ୟା ହେଉ ହେଉ ସବୁଜ ରଙ୍ଗ ହୋଇଯାଏ । ହଠାତ୍ ପାଣିର ରଙ୍ଗ ବଦଳୁଥିବା ଦେଖି ଅଧିକାରୀ ବି ଆଶ୍ଚର୍ଯ୍ୟ ଅଛନ୍ତି । ଏହାର କାରଣ ଜାଣିବା ପାଇଁ ଏହାର ସାମ୍ପଲକୁ ମାଇକ୍ରୋବାୟୋଲୋଜି ଲ୍ୟାବ ପଠାଯାଇଛି । ଅଧିକାରୀ ଏବେ ଏହା ପଛର ଉଦ୍ୟୋଗ ଭିତ୍ତିକ ପ୍ରଦୂଷଣ ଠାରୁ ହଟି ଦ୍ୱିତୀୟ କାରଣ ଉପରେ ବି ବିଚାର କରୁଛନ୍ତି ।

ସରଗାଁ ପାଖରେ ଜଳସେଚନ ବିଭାଗର ଆନିକଟ୍ ନିର୍ମିତ ହୋଇଛି । ଏହା କାରଣରୁ ସରଗାଁ ବ୍ରିଜ୍ ପାଖରେ ପାଣି ଜମା ଅଛି । ନଦୀରେ ଜଳ ପ୍ରବାହ ହେଉନଥିବାରୁ ପାଣି ସ୍ଥିର ରହିିଛି । ଏକ ସପ୍ତାହ ପୂର୍ବରୁ ଗ୍ରାମବାସୀ ପାଣିର ରଙ୍ଗ ନାଲି ହୋଇଯାଉଥିବାର ଅଭିଯୋଗ ଆଣିଥିଲେ । ଜଳସେଚନ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀ ଆଖପାଖର କାରଖାନାର ଯାଂଚ କଲେ, ତଥାପି ବି କିଛି ମିଳିଲା ନାହିଁ ଯଦ୍ୱାରା ପାଣିର ରଙ୍ଗ ନାଲି ହେଉଥିବାର କାରଣ ଜଣାପଡେ । ଏକାଧିକ ଯାଂଚ ପରେ ବି ପାଣିର ରଙ୍ଗ ବଦଳୁଥିବାର କାରଣ ଜଣାପଡିନଥିଲା । ତେବେ ଏମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟକର ସୂଚନା ଜାଣିବାକୁ ମିଳିଲା ଯେ, ଯେଉଁ ପାଣି ସକାଳେ ନାଲି ଦେଖାଯାଏ , ତାହା ସନ୍ଧ୍ୟାରେ ସବୁଜ ହୋଇଯାଏ । ତଥାପି ବି ଯାଂଚ କରିବାରେ ଲାଗିପଡିଛନ୍ତି ଅଧିକାରୀ । ସେମାନେ ଏବେ ରିପୋର୍ଟର ଅପେକ୍ଷାରେ ଅଛନ୍ତି । ରିପୋର୍ଟ ଆସିଲେ ଜଣାପଡିବ ଅସଲି କାରଣ ।