ମାଳଦ୍ୱୀପରେ ଜରୁରୀକାଳିନ ପରିସ୍ଥିତି : ଭାରତ ସେନା ପଠାଇବା ପାଇଁ ପ୍ରସ୍ତୁତ

51

କନକ ବ୍ୟୁରୋ : ମାଳଦ୍ୱୀପ ଉପରେ ତୀକ୍ଷଣ ନଜର ରଖିଛି ଭାରତ ସରକାର । ଏଥିପାଇଁ ନୌସେନା ଓ ଆକାଶ ବାହିନୀକୁ ସଜାଗ ରଖଯାଇଛି । କୌଣସି ବି ମୁହୂର୍ତ୍ତରେ ସେଠାକୁ ଭାରତୀୟ ସେନାକୁ ପଠାଯାଇପାରେ ବୋଲି ସୂଚନା ମିଳିଛି । ମାଳଦ୍ୱୀପରେ ଫଶି ରହିଥିବା ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅନ୍ୟପଟେ ଆଗୁଆ ଚିହିଁକି ଉଠିଛି ଚୀନ୍ । ମାଲଦୀପର ସରକାର ଓ ବିରୋଧୀ ଦଳ ସେଠି ଦେଖା ଦେଇଥିବା ସମସ୍ୟା ସମାଧାନ କରିବା ପାଇଁ ସକ୍ଷମ ବୋଲି ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆଲୋଚନା ମାଧ୍ୟମରେ ସେମାନେ ସେମାନଙ୍କର ସମସ୍ୟା ସମାଧାନର ବାଟ ବାହାର କରିପାରିବେ । ତେଣୁ କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଦରକାର ନାହିଁ । ଭାରତ ମାଳଦ୍ୱୀପ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରିବା ଆବଶ୍ୟକ। ମାଳଦ୍ୱୀପ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଏ କଥା ରାଷ୍ଟ୍ରାୟତ ଚୀନ୍ ଗଣମାଧ୍ୟମ ଆଜି ତା’ର ସମ୍ପାଦକୀୟରେ ଲେଖିଛି । ଦ୍ୱୀପପୁଞ୍ଜ ରାଷ୍ଟ୍ରର ସଂଗ୍ରାମରତ ରାଷ୍ଟ୍ରପତି ଅବଦ୍ଦୁଲ୍ଲା ୟମିନ୍ ସେଠାରେ ଏ ସପ୍ତାହରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଶୀର୍ଷସ୍ତରୀୟ ବିଚାରପତି ଏବଂ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି ।ଭାରତ କହିଛି କି, ସେଠାରେ ଜରୁରୀକାଳୀନ ପରିସ୍ଥିତି ଜାରି ଉପରେ ଭାରତ ବିବ୍ରତ ହେବା ସହ ବିଚାରପତି ଏବଂ ରାଜନୈତିକ ବ୍ୟକ୍ତିଙ୍କ ଗରିଫଦାରି ଘଟଣାକୁ ଚିନ୍ତା ଉଦ୍ରେକକାରୀ ବୋଲି ବର୍ଣ୍ଣନା କରିଛି ।

ଭାରତର ଜବାବରେ ଚୀନ ଅସନ୍ତୁଷ୍ଟ ହୋଇଛି । ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ଦ୍ୱାରା ପ୍ରକାଶିତ ଗ୍ଲୋବାଲ୍ ଟାଇମ୍ସରେ ସମ୍ପାଦକୀୟରେ କୁହାଯାଇଛି, ରାଜନୈତିକ ସଂଗ୍ରାମ ଅଭ୍ୟନ୍ତରୀଣ ବ୍ୟାପାର ବୋଲି ମନେ ହୁଏ । ତେଣୁ ମାଳଦ୍ୱୀପ ବ୍ୟାପାରରେ ଭାରତର ହସ୍ତକ୍ଷେପର ଯଥାର୍ଥତା ନାହିଁ । ମାଳଦ୍ୱୀପ ଭାରତ ଚାପରେ ଥିବ ନିଶ୍ଚୟ । ସେପଟେ ମାଲଦ୍ୱୀପ ବିବାଦରେ ହସ୍ତକ୍ଷେପ କରିବା ପାଇଁ ସେଠାକାର ପୂର୍ବତନ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ଭାରତକୁ ଅନୁରୋଧ କରିଛନ୍ତି । ମାଲଦ୍ୱୀପର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବା ସହ ୧୫ ଦିନ ପାଇଁ ଦେଶରେ ଜରୁରୀକାଳିନ ପରିସ୍ଥିିତି ଜାରି କରିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ।