କଫି ୱିଥ୍ କରଣରେ ସାମିଲ ହୋଇ ଏହି ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟ ଖୁବ୍ ଉଡିଛି ଥଟ୍ଟା ! ତାଲିକାରେ ଅଛନ୍ତି ଆଗ ଧାଡିର ସେଲିବ୍ରିଟି ।

154

ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର ଏବେ ନିଜର ଚାଟ୍ ସୋ’ ‘କଫି ଉଇଥ୍ କରଣ ସିଜିନ୍-୬’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ସୋ’କୁ ଭାରତୀୟ କ୍ରିକେଟ ଦଳର ଦୁଇ ଜଣାଶୁଣା ଖେଳାଳୀ ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ ଯୋଗ ଦେଇଥିବା ବେଳେ ଦୁହେଁ ନିଜର ବୟାନ ପାଇଁ ବିବାଦରେ ରହିଛନ୍ତି । ଦୁହିଁଙ୍କୁ ଖେଳରୁ ବାସନ୍ଦ କରାଯାଇଥିବା ବେଳେ ହାର୍ଦ୍ଦିକ ମହିଳାଙ୍କୁ ନେଇ ଦେଇଥିବା ବୟାନ ପାଇଁ ତାଙ୍କୁ ଏବେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ତେବେ କେବଳ ହାର୍ଦ୍ଦିକ୍ ନୁହଁନ୍ତି, ଏମିତି ଆହୁରି ବି ୪ଜଣ ବଲିଛଡ୍ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ପୂର୍ବରୁ କରଣଙ୍କ ଚାଟ୍ ସୋ’କୁ ଆସି ବିବାଦରେ ଛନ୍ଦି ହୋଇ ସାରିଛନ୍ତି ।

୧. ‘କଫି ଉଇଥ୍ କରଣ ସିଜିନ୍-୫’ରେ ଯୋଗ ଦେଇଥିଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ । ସେ କରଣଙ୍କ ସୋ’ରେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ଯୋଗ ଦେଇଥିଲେ । ଦୁହେଁ ନିଜର ଫିଲ୍ମ ‘ରଙ୍ଗୁନ୍’ର ପ୍ରମୋସନ ପାଇଁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ କଙ୍ଗନା ବଲିଉଡ୍ରେ ଚାଲୁଥିବା ପ୍ରିୟା-ପ୍ରୀତି-ତୋଷଣକୁ ବିରୋଧ କରି ନିଜର ମତ ରଖିବା ପରେ କରଣଙ୍କ ସହ ତାଙ୍କ ଝଗଡ଼ା ହେବା ସହ ସେ ଦେଇଥିବା ମତକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

୨. ବଲିଉଡ୍ ଅଭିନେତ୍ରୀ ଦୀପିକା ପଦୁକୋନ୍ ‘କଫି ଉଇଥ୍ କରଣର ସିଜିନ୍-୫’ରେ ଅଭିନେତ୍ରୀ ସୋନମ କପୁରଙ୍କ ସହ ଯୋଗ ଦେଇଥିଲେ । ଏହି ସମୟରେ ଦୀପିକାଙ୍କୁ ରଣବୀର କପୁରଙ୍କୁ କେଉଁ ବ୍ରାଣ୍ଡକୁ ପ୍ରମୋଟ କରିବା ଦରକାର ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ଦୀପିକା ‘କଣ୍ଡୋମ’ ବୋଲି କହିଥିଲେ । ଦୀପିକାଙ୍କ ଏହି ଉତ୍ତରକୁ କଡ଼ା ବିରୋଧ କରିଥିଲେ ରଣବୀରଙ୍କ ବାପା ଋଷି କପୁର ।

୩. ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’କୁ ପ୍ରମୋଟ କରିବା ପାଇଁ ‘କଫି ଉଇଥ୍ କରଣର ସିଜିନ୍-୪’ ରେ ପହଞ୍ଚିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ବରୁଣ ଧଓ୍ଵନ । ଏହି ସମୟରେ ଆଲିଆଙ୍କୁ ଦେଶରେ କେତୋଟି ରାଜ୍ୟ ବୋଲି ପଚରାଯିବା ପରେ ସେ ୨୦ଟି ରାଜ୍ୟ ବୋଲି କହିଥିଲେ । ଭାରତର ରାଷ୍ଟ୍ରପତିଙ୍କ ନାଁ ପଚରାଯିବା ପରେ ଆଲିଆ ପୃଥ୍ଵୀରାଜ ଚୌହାନଙ୍କ ନାଁ କହିଥିଲେ । ଆଲିଆଙ୍କ ଏଭଳି ଉତ୍ତର ପରେ ତାଙ୍କ ସାଧାରଣ ଜ୍ଞାନକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା ।

୪. ‘କଫି ଉଇଥ୍ କରଣର ସିଜିନ୍-୩’ ରେ ଯୋଗ ଦେଇ କରୀନା କପୁର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଇଂରାଜୀ କହିବାର ଶୈଳୀକୁ ଥଟ୍ଟା କରିଥିଲେ । ପରେ ପ୍ରିୟଙ୍କା ସୋ’କୁ ଆସି କରୀନାଙ୍କୁ ଜବାବ ଦେଇଥିଲେ । ତାଙ୍କ ପ୍ରେମିକ ସୈଫ୍ ଅଲ୍ଲୀ ଖାନ୍ ଯେଉଁଠୁ ଇଂରାଜୀ କହିବାର ଶୈଳୀ ଶିଖିଛନ୍ତି, ମୁଁ ମଧ୍ୟ ସେଇଠୁ ଶିଖିଛି ବୋଲି କହିଥିଲେ ।