ଭିକ ମାଗୁଥିଲେ ପୂର୍ବତନ ଆର୍ମି ଅଫିସର ! ସାହାଯ୍ୟ ପାଇଁ ଆଗେଇ ଆସିଲେ କ୍ରିକେଟର ଗୌତମ ଗମ୍ଭୀର

644

ଦେଶପ୍ରେମ ଭାବନା ସହ ଓତଃପ୍ରୋତଃ ଭାବେ ଜଡ଼ିତ ଭାରତର ପୂର୍ବତନ କିକେଟର ଗୌତମ ଗମ୍ଭୀର ଜଣେ ପୂର୍ବତନ ଆର୍ମି ଅଫସରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଭିକ ମାଗୁଥିଲେ ପୂର୍ବତନ ଆର୍ମି ଅଫସର ପିତାମ୍ବରମ୍ । ଟ୍ୱିଟରରେ ଗମ୍ଭୀର ଆଜି ସେ ଏକ ଫଟୋ ଶେୟାର କରିଛନ୍ତି ଏବଂ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି । ଗମ୍ବୀର ଲେଖିଛନ୍ତି ଫଟୋଟି ଜଣେ ପୂର୍ବତନ ଆର୍ମି ଅଫିସର ପିତାମ୍ବରମଙ୍କର । ସେ ୧୯୬୫ରୁ ୧୯୭୧ ପର୍ଯ୍ୟନ୍ତ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ପିତାମ୍ବରମଙ୍କ କହିବା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆର୍ମିଠାରୁ ତାଙ୍କୁ ସାହାଯ୍ୟ ମିଳିପାରୁନାହିଁ । ନିକଟରେ ପିତାମ୍ବରମ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ହେଲେ ଆର୍ମିଠାରୁ ସାହାଯ୍ୟ ନମିଳିବାରୁ ସେ ତାଙ୍କର ଚିକିତ୍ସା କରାଇପାରୁ ନାହାନ୍ତି ।

ଏଥିପାଇଁ ସେ କଣ୍ଟାଟ୍ ପ୍ଲେସର ଏ ବ୍ଲାକରେ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି । ତାଙ୍କୁ ଏପରି ଦୟନୀୟ ଅବସ୍ତାରେ ଭିକ ମାଗୁଥିବାର ଦେଖି ଗମ୍ଭୀର ଟ୍ୱିଟର ଜରିଆରେ ସାହାଯ୍ୟ ମାଗିଛନ୍ତି । ଗମ୍ଭୀରଙ୍କ ସାହାଯ୍ୟ ଭିକ୍ଷା କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ପିତାମ୍ବରମଙ୍କୁ ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରତିଶ୍ରୃତି ଦେଇଛନ୍ତି । ଏହାସହିତ ଗମ୍ଭୀର ଏହି କଥାକୁ ସେୟାର କରିଥିବା ଯୋଗୁଁ ଧନ୍ୟବାଦ ବି ଦେଇଛନ୍ତି । ଖୁବ୍ଶୀଘ୍ର ଯବାନଙ୍କ ସାହାଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୃତି ହୋଇଛନ୍ତି । ଏଭଳି ଉତ୍ତର ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଗମ୍ଭୀର। ତେବେ ସାହାଯ୍ୟ ମିଳିବାର ପ୍ରତିଶ୍ରୁତି ପାଇବା ପରେ ପିତାମ୍ବରମ ମଧ୍ୟ ଗମ୍ଭୀରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ସେନାଙ୍କ ପ୍ରତି ଭଲପାଇବା ଓ ସମର୍ପଣ ଭାବ ଯୋଗୁଁ ଗିୀର ଆଜି ୨୫ଜଣ ସହିଦଙ୍କ ପିଲାଙ୍କ ପୁରା ଖର୍ଚ୍ଚ ବହନ କରୁଛନ୍ତି । କେବଳ ଏତିକି ନୁହେଁ ସେ ସେନାରେ ଚାକରି କରିବା ପାଇଁ ଚାହୁଁଥିଲେ ବୋଲି ପ୍ରକାଶ କରିଛନ୍ତି । ହେଲେ ତାଙ୍କ ମା’ଙ୍କ ପରାମର୍ଶ କ୍ରମେ ସେ ଜଣେ କ୍ରିକେଟର ହୋଇଥିଲେ ବୋଲି ସେ କରିଛନ୍ତି ।