ସିିମ୍ ସହ ଆଧାର ଲିଙ୍କ୍ କରାନ୍ତୁ ! ମାଗଣାରେ ‘ପଦ୍ମାବତୀ’ ଟିକଟ୍ ପାଆନ୍ତୁ

25

‘ପଦ୍ମାବତୀ’ ସିନେମାକୁ ନେଇ ଦେଶ ସାରା ବିବାଦ ଲାଗି ରହିଛି । କରଣୀ ସେନା ସିନେମାକୁ ରିଲିଜ କରାଇ ନଦେବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ଏବେ ସିନେମା ବିରୋଧରେ କିଛି ରାଜ୍ୟର ମୁଖମନ୍ତ୍ରୀ ମଧ୍ୟ ଏକାଠି ହୋଇଛନ୍ତି । ଦୀପିକା ପାଦୁକୋନ୍, ଶାହିଦ କପୁର, ରଣବୀର ସିଂ ଙ୍କ ଅଭିନୀତ ଏହି ସିନେମା ୧ ଡିସେମ୍ବରରେ ରିଲିଜ୍ ହେବାର ଥିଲା । କିନ୍ତୁ ବର୍ତ୍ତମାନ ଲାଗି ରହିଥିବା ବିବାଦକୁ ଦେଖିଲେ ଜଣାପଡୁଛି, ସିନେମା କେବେ ରିଲିଜ ହେବ ସେ ନେଇ ସନ୍ଦେହ ହେଉଛି । ତେବେ ବିବାଦକୁ ଦେଖି ରିଲିଜିଂ ତାରିଖ ମଧ୍ୟ ରଦ୍ଦ ହୋଇଛି । ଅନ୍ୟପଟେ ଆଇଡ଼ିଆ ସେଲ୍ୟୁଲାର ପେଟିଏମ୍ ସହ ମିଶି ପଦ୍ମାବତୀର ଟିକେଟ୍ ଘୋଷଣା କରିଛନ୍ତି ।

ଆଇଡ଼ିଆର ଅଫର ଅନୁସାରେ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରାଇବା ଦ୍ୱାରା ୨୫୦ ଟଙ୍କାର ପେଟିଏମ୍ ମୁଭି ଭାଉଚର୍ ମିଳିବ । ଏହି ଅଫର ଆଇଡ଼ିଆର ପ୍ରିପେଡ଼୍ ଓ ପୋଷ୍ଟପେଡ଼୍ ଉଭୟ ଗ୍ରାହକଙ୍କୁ ମିଳିବ । ତେବେ ଏହା କେବଳ ସେହି ଗ୍ରାହକଙ୍କ ପାଇଁ ଯିଏ ୨୪ ନଭେମ୍ବର ପୂର୍ବରୁ ମୋବାଇଲକୁ ଆଧାର ସହ ଲିଙ୍କ୍ କରାଇବେ । ଏହି ଅଫର ଅନୁସାରେ ଏକ ଲକି ଡ୍ର ବ୍ୟବହାର କରାଯିବ ଏବଂ ବିଜେତାକୁ ମେସେଜ ଜରିଆରେ ୨୯ ନଭେମ୍ବର ପର୍ଯ୍ୟନ୍ତ ସୂଚନା ମିଳିଯିବ । ଅଫର ଅନୁସାରେ ୨୫୯୦ ଟଙ୍କାର ୨୦ ହଜାର ପେଟିଏମ୍ ମୁଭି ଭାଉଚର ଆଇଡ଼ିଆ ଗ୍ରାହକଙ୍କୁ ଦିଆଯିବ ।