ଡାକଘରେ ଗଙ୍ଗାଜଳ! ଖୁବଶୀଘ୍ର ସବୁ ଜିଲ୍ଲାରେ ହେବ ଉପଲବ୍ଧ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଙ୍ଗାକୁ ନେଇ କେତେ କଥା ପୁଣି କିମ୍ବଦନ୍ତୀ । ମହିମା ଓ ଗରିମାକୁ ଛାତିରେ ଜାବୁଡି ଧରି ସେ ବୋହୁଛି ଅନନ୍ତକାଳରୁ । ସାମାଜିକ, ଧାର୍ମିକ , ପୌରାଣିକ ଓ ପ୍ରାକୃତିକ । ପ୍ରତିଟି କ୍ଷେତ୍ରରେ ରହିଛି ଗଙ୍ଗାର ବିଶେଷତା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ , ଶୁଦ୍ଧି, ଅଶୁଦ୍ଧି ସବୁଠି ଆବଶ୍ୟକ ଗଙ୍ଗାଜଳ । ବିଶ୍ୱାସ କ୍ଷେତ୍ରରେ ରହିଛି ବୁନ୍ଦାଏ ଗଙ୍ଗାଜଳରେ ଅପବିତ୍ର ହୋଇଯାଏ ପବିତ୍ର । ଆମ ରାଷ୍ଟ୍ରୀୟ ସ୍ୱାଭିମାନ ସହ ଯୋଡି ହୋଇଛି ଏହି ନଦୀର ପବିତ୍ରତା । ତେବେ ହୀମାଳୟର ପାଦ ଦେଶରୁ ବାହାରିଥିବା ଏହି ପବିତ୍ର ଜଳ ଏବେ ଓଡିଶାର ଡାକଘରେ ।

ଟୋପାଏ ଗଙ୍ଗାଜଳ ପାଇଁ ଆଉ ଯିବାକୁ ପଡିବନି ଗଙ୍ଗାନଦୀ ପାଖକୁ । ଏଣିିକି ଚାହିଁଲେ ନିଜ ଘରପାଖ ଡାକଘରୁ କିଛି ଟଙ୍କା ଦେଇ କିଣି ପାରିବେ । କାରଣ କିଛି ଦିନ ହେଲା ଭୁବନେଶ୍ୱରସ୍ଥିତ ରାଜ୍ୟ ଡାକ ମୁଖ୍ୟାଳୟରେ ଏହା ପହଁଚି ସାରିଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲା ପୋଷ୍ଟ ଅଫିସରେ ଏହା ଉପଲବ୍ଧ ହେବ । ସେପଟେ ହାତପାଆନ୍ତାରେ ଗଂଗାଜଳ ପାଇ ଧର୍ମପରାୟଣ ଲୋକଙ୍କ ମନ ଖୁସ୍ ।