ଧରାପଡିଲା ମହାନଦୀର ମହାମିଛ : ୨୦୦୮ରୁ କେଲୋ ପ୍ରକଳ୍ପ ବାବଦରେ ଅବଗତ ଥିଲା ରାଜ୍ୟ

16

କନକ ବ୍ୟୁରୋ : ମହାନଦୀକୁ ନେଇ ଚାଲିଛି ମହାବିତର୍କ । ଉପରମୁଣ୍ଡରେ ଛତିଶଗଡ କରୁଥିବା ନିର୍ମାଣ ବିରୋଧରେ ଚାଲିଛି ଜୋରଦାର ପ୍ରତିବାଦ। ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ସରକାରୀ ସ୍ତରରେ ଆଲୋଚନା, ସଂସଦ ଭିତରେ ବିତର୍କ । କୁହାଯାଉଛି, ଅତୀତର ପ୍ରକଳ୍ପ ବାବଦରେ ଓଡିଶାକୁ ଅନ୍ଧାରରେ ରଖି ନିର୍ମାଣ କରିଛି ପଡୋଶୀ ଛତିଶଗଡ । ଏକପାଖିଆ ଆଉ ଜବରଦସ୍ତି ନିଆଯାଇଥିବା ନିଷ୍ପତିକୁ ନିନ୍ଦା କରିଛନ୍ତି ନବୀନ । ଦଳର ସାଂସଦ ଆଉ ନେତା ବର୍ଷୁଛନ୍ତି ରମଣ ସିଂ ସରକାର ବିରୋଧରେ । ରାଜ୍ୟର ସ୍ୱାର୍ଥ ରକ୍ଷା କରିବାକୁ ଆଗେଇ ଆସିଛି ନବୀନ ସରକାର । ରାଜନୀତି ଜୋର ଧରିଛି । ପରସ୍ପର ବିରୋଧରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଏପରିକି ମହାନଦୀ ଉପରମୁଣ୍ଡରେ ଛତିଶଗଡ ନିର୍ମାଣ କରିଥିବା କେଲୋ ପ୍ରକଳ୍ପ ବାବଦରେ ଓଡିଶାକୁ ଅନ୍ଧାରରେ ରଖାଯାଇଥିବା ନେଇ ଯୁକ୍ତି ବାଢୁଛି ଓଡିଶା । ହେଲେ ଏହା କେତେ ସତ? ବିଜେଡି ଓଡିଶାର ସ୍ୱାର୍ଥ ସହ ସାଲିସ କରି ରାଜନୀତି କରୁଛି କି? ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ।