ଫ୍ୟାସନରେ ହିରୋଇନଙ୍କୁ ମାତ୍ ଦେବେ ଏହି କୁକୁର ! ଦେଖନ୍ତୁ କିଛି ମଜେଦାର୍ ଫଟୋ ।

76

ମଣିଷ ଏବଂ କୁକୁରଙ୍କ ମଧ୍ୟରେ ସଂପର୍କ ହିଁ କିଛି ନିଆରା । ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ଭାବେ ପରିଚିତ କୁକୁରକୁ କିଛି କୁକୁରପ୍ରେମୀ ନିଜ ପରିବାର ସଦୃଶ ଭଳି ଦେଖିଥାନ୍ତି । ତେବେ ଭାରତ ଅପେକ୍ଷା ବିଦେଶରେ କୁକୁରଙ୍କ ଚାହିଦା ହିଁ କିଛି ଅଲଗା । ଏମିତି କି ବିଦେଶରେ କୁକୁରଙ୍କ ପାଇଁ କ୍ରୀଡା ମହୋତ୍ସବ, ଫ୍ୟାସନ୍ ଶୋ ମଧ୍ୟ ହୋଇଥାଏ । ସମୟ ଏମିତି ଆସିଛି ଯେ କୁକୁରଙ୍କୁ କୁକୁର ଡାକିଲେ ଲୋକ ଖରାପ ଭାବୁଛନ୍ତି । ବେଳେବେଳେ ଏମିତି ଦେଖାଦେଇଛି ଯେ କିଛି ଲୋକ କୁକୁର ନାଁରେ ନିଜ ସମ୍ପତ୍ତି ମଧ୍ୟ ଲେଖି ଯାଉଛନ୍ତି । ଯେଉଁଠି ଲୋକ ସମ୍ପତ୍ତିକୁ କୁକୁର ନାଁରେ ଲେଖୁଛନ୍ତି ଟିକେ ଭାବନ୍ତୁ କୁକୁରଟିର ଦୈନନ୍ଦିନ ଜୀବନ କିପରି ହୋଇଥିବ । ଏକ ସର୍ବେକ୍ଷଣରୁ ଜଣାପଡିଥିଲା ଯେ ବିଦେଶରେ ପ୍ରାୟ ୮୦ ପ୍ରତିଶତ ଲୋକ ନିଜ ଘରେ କୁକୁର ପାଳିଥାନ୍ତି ଏବଂ କୁକୁରଙ୍କ ଯତ୍ନରେ ଖର୍ଚ୍ଚ ହେଉଥିବା ଟଙ୍କା ମଣିଷଙ୍କ ଖର୍ଚ୍ଚଠାରୁ ମଧ୍ୟ ଅଧିକ ହୋଇଥାଏ । କୁକୁରଙ୍କୁ ବିୟୁଟି ପାର୍ଲର ନେବାଠୁ ଆରମ୍ଭ କରି ଭଳି ଭଳି କି ଫ୍ୟାସନେବଲ୍ ଡ୍ରେସ୍ ପିନ୍ଧିବାରେ ମଧ୍ୟ ମାଲିକଙ୍କ ଅବଦାନ ମଧ୍ୟ ବହୁତ ରହୁଛି । ତେବେ ଏହି କୁକୁରପ୍ରେମୀ କୁକୁରମାନଙ୍କ ଏକ ଫ୍ୟାସନ୍ ଶୋ ଆୟୋଜନ କରିଥାନ୍ତି ଯେଉଁଥିରେ ଭଳି ଭଳି କି କୁକୁରଙ୍କ ଆଉଟଫିଟ୍ ଦେଖିବାକୁ ମିଳେ । ଯାହା ଦେଖିବାକୁ ହଜାର ହଜାର ସଂଖ୍ୟାକ ଲୋକଙ୍କ ଗହଳି ମଧ୍ୟ ଜମିଥାଏ ।