୫ ବର୍ଷୀୟ ଶିଶୁ କରି ଦେଖାଇଲେ ଏମିତି କିଛି କାମ, ଖୁସି ହୋଇ ବ୍ୟକ୍ତି ଜଣକ ଗିଫ୍ଟ କଲେ ୨୬ ଲକ୍ଷର ମର୍ସିଡିଜ୍

ଶିଶୁଟି ୧୦୦ କିମ୍ବା ୫୦୦ ନୁହେଁ ବରଂ ୪,୧୦୫ ପୁସ୍ ଅପ୍ ଲଗାଇଛନ୍ତି ।

617

ଅଧିକାଂଶ ଯୁବଗୋଷ୍ଠୀ ବ୍ୟାୟାମକୁ ଛାଡି ଜୋର୍ ଖାଇଥାନ୍ତି । ସେମାନେ ବ୍ୟାୟାମ ଠାରୁ ଦୂରେଇ ରହନ୍ତି । କିନ୍ତୁ ୫ ବର୍ଷର ଶିଶୁ ଏମିତି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶିଶୁଟି ୧୦୦ କିମ୍ବା ୫୦୦ ନୁହେଁ ବରଂ ୪,୧୦୫ ପୁସ୍ ଅପ୍ ଲଗାଇଛନ୍ତି । ତାହା ବି ୨ଘଣ୍ଟା ୨୫ ମିନିଟରେ । ଯେଉଁଥିରେ ଖୁସି ହୋଇ ରୁଷୀୟ ସେନାର ଲେଫ୍ଟନାଣ୍ଟ ରମଜାନ କ଼ରୋବ ୨୬ ଲକ୍ଷର ମର୍ସିଡିଜ୍ ଉପହାର ଦେଇଛନ୍ତି । ଶିଶୁର ନାଁ ରାଖିମ୍ କୁରାୟବ । ଯିଏକି ଛୋଟବେଳୁ ବ୍ୟାୟାମ କରିବାର ସଉକ ରଖେ ।

କାର ଗିଫ୍ଟ କରି ରମଜାନ ଶିଶୁଟିକୁ କହିଲେ କି, “ତୁମେ ଏହି କାର ତୁମ ବାପାଙ୍କ ଚଲାଇବାକୁ ଦେବ । ତୁମେ କେବଳ କାରରେ ଆରାମରେ ବସିବ । ତୁମେ ଯାହା କଲ, ତାହା ପ୍ରଶଂସନୀୟ । ତୁମେ ଏହି ମହଙ୍ଗା କାରର ଅଧିକାରୀ । ଆମେ ଏବେ ଫିଟନେସ୍ ସେଣ୍ଟରରେ ଭେଟ ହେବା ଓ ଏକା ସଙ୍ଗରେ ବ୍ୟାୟାମ କରିବା ।” ଗିଫ୍ଟ ନେବା ସମୟରେ ଶିଶୁଟି କହିଲା, “ଏବେ ଏହି କାର ମୋର ବାପା ଚଲାଇବେ । ଏବେ ମତେ ଛାଡିବାକୁ ତାଙ୍କୁ ଟ୍ୟାକ୍ସି ନେବାକୁ ପଡିବନି ।”

ପିଲାଟି ୪,୧୦୫ ପୁସ୍ ଅପ୍ସ ମାରି ୱାଲର୍ଡ ରେକର୍ଡ ସୃଷ୍ଟି କଲେ ସତ, କିନ୍ତୁ ଖରାପ ଭିଡିଓ କ୍ୱାଲିଟି କାରଣରୁ ରେକର୍ଡିଙ୍ଗକୁ ରିଜେକ୍ଟ କରିଦିଆଗଲା ଏବଂ ରେଜିଷ୍ଟର ହୋଇପାରିଲାନି । ଗିଫ୍ଟ ମିଳିବାରୁ ଶିଶୁ ଓ ତା’ ପରିବାର ଲୋକ ବହୁତ ଖୁସି ।