ବାଇକର ନମ୍ବର ପ୍ଲେଟରେ ପଦ୍ମଫୁଲ ଲଗାଇ ହଟହଟ୍ଟା ହେଲେ ପୋଲିସ୍ ଅଫିସର ! ଥାନାରେ ରୁଜୁ ହେଲା ଏତଲା ।

346

ବାଇକ୍ର ନମ୍ବର ପ୍ଲେଟରେ ବିଜେପି ଦଳର ଚିହ୍ନ ପଦ୍ମକୁ ତିଆରି କରି ଫସିଛନ୍ତି ଉତ୍ତରପ୍ରଦେଶର ପୁଲିସ ସବ୍ ଇନ୍ସପେକ୍ଟର । ସୋସିଆଲ ମିଡିଆରେ ଜଣେ ପୁଲିସକର୍ମୀଙ୍କ ଫଟୋ ଭାଇରାଲ ହେବା ପରେ ପୁଲିସ ଫଟୋକୁ ଯାଞ୍ଚ କରି ପୁଲିସ ସବ୍ ଇନ୍ସପେକ୍ଟର ପରିଚୟ ପାଇ ପାରିଥିଲେ । ଯାହା ପରେ ପୁଲିସ ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାର ଆରୋପ ଲଗାଯାଇ ଏତଲା ରୁଜୁ କରିଥିବା ଜଣାପଡ଼ିଛି । ଏହା ସହ ପୁଲିସ ସବ୍ ଇନ୍ସପେକ୍ଟରଙ୍କ ବାଇକକୁ ମଧ୍ୟ ଜବତ କରାଯାଇଛି ।

ଜିଲ୍ଲା ପୁଲିସ ପ୍ରବକ୍ତା ଆଶିଷ ଦିବେଦୀଙ୍କ କହିବା ଅନୁଯାୟୀ, ଠାକୁରଗଞ୍ଜ ପୁଲିସ ଷ୍ଟେସନରେ ମୁତୟନ ଥିବା ପୁଲିସ ସବ୍ ଇନ୍ସପେକ୍ଟରଙ୍କ ନାଁ ଅବନୀଶ ସିଂହ ବୋଲି ଜଣା ପଡ଼ିଛି । ଏସଏସପି କଳାନିଧି ନୈଥାନୀ ଏହି ମାମଲାକୁ ଗମ୍ଭୀରତାର ସହ ନେବା ସହ ତଦନ୍ତ ଜାରି ରଖିଛନ୍ତି । ପୁଲିସ ସବ୍ ଇନ୍ସପେକ୍ଟର ଅବନୀଶଙ୍କ ବିରୋଧରେ ଧାରା ୧୮୮ଅନୁଯାୟୀ ଏତଲା ରୁଜୁ ହୋଇଛି ।
ସୂଚନା ମୁତାବକ, ନମ୍ବର ପ୍ଲେଟର କୌଣସି ଚିହ୍ନ ରଖିବା ଏକ ଅପରାଧ । କାରଣ ପରିବହନ ନିୟମ ଅନୁଯାୟୀ, ନମ୍ବର ପ୍ଲେଟରେ ନମ୍ବର ବ୍ୟତିତ ଅନ୍ୟ କିଛି ଲେଖାଗଲେ ତାହା ଆଇନ ବିରୁଦ୍ଧ । ଏଭଳି କରିବା ଦ୍ୱାରା ଆରଟିଓ ବା ଏଆର୍ଟିଓ ଗାଡ଼ି ମାଲିକ ବିରୋଧରେ କାର‌୍ୟ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରି ପାରିବେ । କିନ୍ତୁ ଆଜିକାଲି ଲୋକମାନେ ଏଭଳି ଭୁଲ କରିବାକୁ ପଛାଉ ନାହାନ୍ତି ।