ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ପ୍ରମୋଦ ସାବତଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରୁପେ ଚୟନ କରିଛନ୍ତି । ରାତି ୨ ଟା ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତ ଶପଥ ନେଇଛନ୍ତି । ପ୍ରମୋଦ ସାୱନ୍ତ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଖୁବ୍ ବିଶ୍ୱସନୀୟ ବ୍ୟକ୍ତି ଥିବା ସହ ଆରଏସଏସ ନିକଟତର ମଧ୍ୟ ଥିଲେ । ଏହା ପୂର୍ବରୁ ସେ ଗୋଆ ବିଧାନସଭାର ଅଧ୍ୟକ୍ଷ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପ୍ରମୋଦ ସାୱନ୍ତଙ୍କ ସହ ସହଯୋଗୀ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିର ସୁଧିନ ଧବଲିକର ଏବଂ ଗୋଆ ଫରୱର୍ଡ ପାର୍ଟିର ବିଜୟ ସରଦେଶାଇ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ଏହାଛଡା ତିନି ପାର୍ଟି ଏବଂ ନିର୍ଦ୍ଦଳୀୟ ସମେତ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ତେବେ ବିଧାନସଭା ଉପାଧ୍ୟକ୍ଷ ମାଇକେଲ୍ ଲୋବୋ ଏହି ପଦ ପାଇଁ ନିର୍ବାଚନ ହେବା ପର୍ଯ୍ୟନ୍ତ କାର୍ଯ୍ୟବାହକ ଅଧ୍ୟକ୍ଷ ରହିବେ ।