ଏଣିକି ଟଙ୍କା କମାଇବା ହେବ ସହଜ ! ଘରେବସି ଫେସବୁକରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା ! ଜାଣନ୍ତୁ କିପରି ।

51

ସୋସିଆଲ ମିଡ଼ିଆରେ ଯୁବଗୋଷ୍ଠୀ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ଖାସକରି ଫେସବୁକରେ । ଏହି ଲୋକପ୍ରିୟ ଆପ ଏବେ ଯୁବଗୋଷ୍ଠିଙ୍କ ପ୍ରଥମ ପସନ୍ଦ ପାଲଟିଛି । ମୋଟାମୋଟି ଭାବରେ କହିବାକୁ ଗଲେ ଫେସବୁକ ଆମ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି ଫେସବୁକକୁ ଯଦି ଆମେ ସଠିକ ଦିଗରେ ବ୍ୟବହାର କରିବା ତେବେ ଏଥିରୁ ଆମେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବା । ଫେସବୁକ କେବଳ ସାଙ୍ଗମାନଙ୍କ ସହ ଯୋଡିରଖିନଥାଏ, ଏହା ଟଙ୍କା ରୋଜଗାର କରିବାର ବାଟ ମଧ୍ୟ ଦେଖାଇଥାଏ । ଫେସବୁକ ଆପଣଙ୍କୁ ଏପରି ଏକ ବିକଳ୍ପ ପ୍ରଦାନ କରିଛି ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କର କୌଣସି ବି ଜିନିଷର ମାର୍କେଟିଂ କରି ଟଙ୍କା କମାଇପାରିବେ ।

ଫେସବୁକରେ ପେଜ ଜରିଆରେ ଟଙ୍କା ଆୟ
ଫେସବୁକରେ ଏକ ଆଡଭାନ୍ସ ୟୁଜର୍ସ ଫିଚର ରହିଛି । ଯାହା ସାହାଯ୍ୟରେ ଆପଣ ଫେସବୁକରେ ଏକ ପେଜ ତିଆରି କରି ସେଥିରେ ଭିଡିଓ କିମ୍ବା କୌଣସି ମେସେଜ ପୋଷ୍ଟ କରି ନିଜ ପେଜକୁ ଲୋକପ୍ରିୟ ବନାଇପାରିବେ । ଏବଂ ଏହାକୁ ପ୍ରତି ଦିନ ଅପଡେଟ କରି ଟଙ୍କା ମଧ୍ୟ ପାଇପାରିବେ । ପ୍ରତିଦିନ ପେଜରେ କୌଣସି ପୋଷ୍ଟ କଲେ ଏହା ଉପରେ ଲୋକମାନେ ନିଜର ମତାମତ ଦେବେ । ଏହାଦ୍ୱାରା ନୂଆ ନୂଆ ୟୁଜର୍ସ ମଧ୍ୟ ଆପଣଙ୍କ ପେଜ ସହ ଯୋଡ଼ିହେବେ । ଏହାଦ୍ୱାରା ପେଜରେ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଲାଇକର ଅନୁପାତ ମଧ୍ୟ ବଢ଼ିବ । ଏଭଳି କିଛି ଦିନ ହେବା ପରେ ଫେସବୁକ ଆପଣାଛାଏଁ ଆପଣଙ୍କ ପେଜକୁ ସ୍କାନ କରିନେବ । ଏହାପରେ ଆପଣ ଏହି ପେଜ ମାଧ୍ୟମରେ ରୋଜଗାର କରିପାରିବେ ।

ଫେସବୁକ ଆପଣଙ୍କୁ ଆଡ଼ଭାନ୍ସ ୟୁଜର୍ସ ପାଇଁ ସୁଯୋଗ ଦେବ । ଯଦି ଆପଣଙ୍କ ଫେସବୁକ ପେଜକୁ ଅଧିକାଂଶ ଲୋକ ବ୍ୟବହାର କରୁଥାନ୍ତି ତେବେ ଏହି ପେଜରେ ପେଜରେ ନିଜ ତରଫରୁ ଫେସବୁକ ବିଜ୍ଞାପନ ଦେବା ଆରମ୍ଭ କରିବ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଏକ ଆବେଦନ କରିବାକୁ ପଡ଼ିବ । ଏହାପରେ ଫେସବୁକ ଏହାକୁ ସ୍ୱୀକୃତି ଦେବ । ଆଡ଼ାଭାନ୍ସ ୟୁଜର୍ସ ହେବା ମାତ୍ରେ ଫେସବୁକ ତରଫରୁ ଏକ ନୋଟିଫିକେସନ ପଠାଯିବ । ଆଡ଼ଭାନ୍ସ ୟୁଜର୍ସ ହେବା ପରେ ଆପଣଙ୍କୁ ଏକ ଫର୍ମ ଭରିବାକୁ ପଡ଼ିବ । ଯେଉଁଥିରେ ଆପଣଙ୍କୁ ବ୍ୟାଙ୍କର ତଥ୍ୟ ଦେବାକୁ ପଡ଼ିବ । ଏହାପରେ ଆପଣାଛାଏଁ ଆଡ଼ାଭାନ୍ସ ୟୁଜର୍ସ ଆକାଉଣ୍ଟ ଆକ୍ଟିଭେଟ ହୋଇଯିବ । ଏହାପରେ ଆପଣଙ୍କ ପେଜର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବ ଫେସବୁକ ।