କ୍ୟାବ ସର୍ଭିସ ଯୋଗାଉଥିବା କମ୍ପାନୀ ଉବେର ଖୁବଶୀଘ୍ର ନିଜ ଆପରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । କ୍ୟାବର ଏହି ପରିବର୍ତ୍ତନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମଦ ପିଇ ଉବେର ଆପରୁ କ୍ୟାବ ବୁକ କରୁଛି ତେବେ ଗ୍ରାହକ ଜଣକ ମଦ ପିଇଛନ୍ତି ବୋଲି କ୍ୟାବ ଡ୍ରାଇଭର ଆପ ଜରିଆରେ ପୂର୍ବରୁ ସୂଚନା ପାଇପାରିବ । ଏହି ପରିବର୍ତ୍ତନ ପାଇଁ କମ୍ପାନୀ, ଆର୍ଟିଫିସିୟଲ ଇଂଟେଲିଜେନ୍ସ ଟେକ୍ନୋଲୋଜିର ବ୍ୟବହାର କରୁଛି । କମ୍ପାନି ଏହି ନୂଆ ଜ୍ଞାନକୌଶଳର ବ୍ୟବହାର କରିବାର ମୂଳ ଲକ୍ଷ୍ୟ ହେଉଛି, ନିଶାଶକ୍ତ ବ୍ୟକ୍ତିଙ୍କ ଯୋଗୁଁ ଯେପରି ଅନ୍ୟ ଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟେକ୍ନୋଲୋଜି ଜରିଆରେ ଉବେର ଆପ, କ୍ୟାବ ବୁକ କରୁଥିବା ବ୍ୟକ୍ତିଙ୍କ ଟାଇପିଂ, ବଟନ ଦବେଇବାର ପ୍ରକ୍ରିୟା ଏବଂ ବ୍ୟକ୍ତିର ଚାଲିଚଳନକୁ ଅନୁଧ୍ୟାନ କରି କ୍ୟାବ ଅପରେଟରଙ୍କୁ ସୂଚିତ କରିବ । ପରେ ଅପରେଟର ବ୍ୟକ୍ତିର ବ୍ୟବହାରକୁ ଅନୁଧ୍ୟାନ କରି କ୍ୟାବ ଡ୍ରାଇଭରକୁ ସୂଚିତ କରିବ । ଏହାଦ୍ୱାରା ଡ୍ରାଇଭର ମଧ୍ୟ ବେଶ ସହଜରେ ବୁକ୍ କରୁଥିବା ଯାତ୍ରୀ ମଦ ପିଇଛନ୍ତି କି ନାହିଁ ତାହା ଜାଣିପାରିବେ ।
ଉବେର ଆଣିବ ଉଣନ୍ତା ଟ୍ୟାକ୍ସି
ଉବେର କମ୍ପାନୀ ଖୁବ ଶୀଘ୍ର ଉଡନ୍ତା ଟ୍ୟାକ୍ସି ସେବା ଯୋଗାଇ ଦେବାକୁ ଯାଉଛି । ଏଥିପାଇଁ ଉବେର କମ୍ପାନି ଆମେରିକାର ନାସା ସହ ହାତ ମିଳାଇଥିବାର ସୂଚନା ମିଳିଛି । ଗ୍ରାହକ ମାନେ ଏହି ଟ୍ୟାକ୍ସିକୁ ମଧ୍ୟ ଉବେର ଆପ ସାହାଯ୍ୟରେ ବୁକ କରିପାରିବେ । ଏଥିସହିତ ସାଧାରଣ ଟ୍ୟାକ୍ସିର ଭଡା ଯେତିକି ରହିଛି ଉଡନ୍ତା ଟ୍ୟାକ୍ସି ପାଇଁ ମଧ୍ୟ ଭଡା ସମାନ ରହିବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।