ରଦ୍ଦ ହେଲା ୧୧.୪୪ଲକ୍ଷ ପାନ ନମ୍ବର ! ଜାଣନ୍ତୁ କିପରି ଜାଣିବେ ନିଜ ପାନ କାର୍ଡ଼ର ବୈଧତା

153

କେନ୍ଦ୍ର ସରକାର ୧୧.୪୪ ରୁ ଅଧିକ ପାନ କାର୍ଡ଼କୁ ନିଷ୍ଟ୍ରିୟ କରିଦେଇଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ସଂସଦରେ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଖରେ ଏକରୁ ଅଧିକ ପାନ କାର୍ଡ଼ ଥିଲା ସେଗୁଡ଼ିକ ହିଁ ରଦ୍ଦ ହୋଇଛି । ସେ ରାଜ୍ୟସଭାରେ ଲିଖିତ ରୂପେ କହିଛନ୍ତି , ୨୭ ଜୁଲାଇ ପର୍ଯ୍ୟନ୍ତ ୧୧,୪୪,୨୧୧ ପାନ ଚିହ୍ନଟ ହୋଇଛି । ଏଥିରୁ ଜଣାପଡ଼ିଲା କିଛି କିଛି ବ୍ୟକ୍ତିଙ୍କ ପାଖରେ ଏକରୁ ଅଧିକ ପାନ କାର୍ଡ଼ ଅଛି । ତେବେ ଏସବୁ ତଥ୍ୟ ଜାଣିବା ପରେ କିଛି ପାନ କାର୍ଡ଼କୁ ରଦ୍ଦ କରିଦିଆଯାଇଛି ଓ କିଛି ନିଷ୍ଟ୍ରିୟ କରି ଦିଆଯାଇଛି ।

ଏମିତିରେ ଜାଣନ୍ତୁୁ ଆପଣଙ୍କ ପାନ କାର୍ଡ଼ ଆକ୍ଟିଭ ଅଛି କି ନାହିଁ –

ସର୍ବପ୍ରଥମେ ଇନକମ୍ ଟ୍ୟାକ୍ସର ୱେବସାଇଟରେ କ୍ଲିକ୍ କରନ୍ତୁ । ଏବେ ଆପଣଙ୍କୁ ‘ନୋ ଇୟର ପ୍ୟାନ’ର ବିକଳ୍ପ ଦେଖାଯିବ । ଏହା ଉପରେ କ୍ଲିକ୍ କରନ୍ତୁ । ସୂଚନାଯୋଗ୍ୟ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଲଗଇନ କରିବାର ଆବଶ୍ୟକତା ନାହିଁ ।

‘ନୋ ଇୟର ପ୍ୟାନ’ରେ କ୍ଲିକ କରିବା ପରେ ଆପଙ୍କ ସାମ୍ନାରେ ଏକ ନୂଆ ଉଇଣ୍ଡୋ ଆସିବ । ସେଠାରେ ଏକ ଫର୍ମ ମିଳିବ । ଏହି ଫର୍ମରେ ନିଜର ମଧ୍ୟମ ନାମ ଓ ପ୍ରଥମ ନାମ ଭରିବା ପାଇଁ ପଡ଼ିବ । ଧ୍ୟାନରେ ରଖନ୍ତୁ ପାନ କାର୍ଡ଼ରେ ଦିଆଯାଇଥିବା ନାମ ପରି ହିଁ ଫର୍ମରେ ଭରିବା ଦରକାର । ଯଦି ଆପଣଙ୍କର ମଧ୍ୟମ ନାମ ନାହିଁ ତେବେ ଉକ୍ତ କଲମକୁ ଖାଲି ଛାଡ଼ି ଦିଅନ୍ତୁ । ପାନ କାର୍ଡ଼ରେ ଦିଆଯାଇଥିବ ଜନ୍ମ ତାରିଖ ଭରନ୍ତୁ । ଏହାସହ ମୋବାଇଲ ନମ୍ବର ଆଦି ଦେଇ ଫର୍ମ ପୂରଣ କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ କୋଡ଼୍ ଆସିବ । ଣେଷରେ ଉକ୍ତ କୋଡ଼୍ ଦେଇ ଫର୍ମ ସବମିଟ୍ କରନ୍ତୁ । ଏବେ ଆପଣ ଜାଣିପାରିବେ ଆପଣଙ୍କ ପାନ କାର୍ଡ଼ର ବୈଧତା ଅଛି କି ନାହିଁ ।