ମା’ ଡାକ ଶୁଣିବାକୁ ପ୍ରତିଟି ନାରୀର ଇଚ୍ଛା ଥାଏ । ଏଥିପାଇଁ ଗର୍ଭାବସ୍ଥା ସମୟରେ ଖୁବ୍ ସତର୍କତା ଅବଲମ୍ବନ କରି ମା’ଟି ନିଜ ଆଗନ୍ତୁକ ସନ୍ତାନର ସୁସ୍ୱାସ୍ଥ୍ୟ ମନାଶି ନିଜର ଯତ୍ନ ନେଇଥାନ୍ତି । ଯେତେବେଳେ ଜଣେ ସ୍ତ୍ରୀ ଗର୍ଭବତୀ ହୁଅନ୍ତି ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ । ଏଥିପାଇଁ ଗର୍ଭବତୀ ସ୍ତ୍ରୀକୁ ନିଜର ଏବଂ ନିଜ ଗର୍ଭସ୍ଥ ଖୁବ୍ ଧ୍ୟାନ ରଖିବାକୁ ପଡିଥାଏ । କିନ୍ତୁ ବେଳେବେଳେ ଭାଗ୍ୟର ବିଡମ୍ବନା କୁହନ୍ତୁ ଅବା ବେଖାତିର ଦ୍ୱାରା ଗର୍ଭସ୍ଥ ଶିଶୁ ଏବଂ ମା’ ଦୁହିଁଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡେ । ଯାହାଫଳରେ ମା’ ପେଟରେ ହିଁ ଛୁଆଟି ଓଲଟିଯାଏ । ଛୁଆ ପେଟରେ ଓଲଟିଗଲେ କ’ଣ କରାଯିବା ଉଚିତ୍ ତାହା ଅଧିକାଂଶ ମହିଳାଙ୍କୁ ଜ୍ଞାତ ନଥାଏ । ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ପେଟରେ ଛୁଆ ଅଟଳିଗଲେ କ’ଣ କରିବା ଉଚିତ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନେକ ସ୍ତ୍ରୀଙ୍କ କ୍ଷେତ୍ରରେ ଏଭଳି ଅସୁବିଧା ଦେଖାଯାଏ କିନ୍ତୁ ପ୍ରସବ ସମୟ ଆସିଲେ ଛୁଆ ଉଚିତ୍ ସ୍ଥାନରେ ରହିଥାଏ । କିନ୍ତୁ ଯଦି ଡେଲିଭରି ସମୟରେ ବି ଛୁଆ ସିଧା ନ ହୋଇ ଓଲଟା ରହିଥାଏ ତେବେ ସେହି ସମୟରେ କ’ଣ କରାଯିବା ଆବଶ୍ୟକ ତାହା ଜାଣିରଖନ୍ତୁ ।
ଯଦି କୌଣସି ସ୍ତ୍ରୀଙ୍କୁ ଏଭଳି ଅନୁଭବ ହୁଏ ଯେ ତାଙ୍କ ଗର୍ଭସ୍ଥ ସନ୍ତାନ ଓଲଟିଯାଇଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାକ୍ତର ଯଦି ମେଡିସିନ୍ ଦେଉଛନ୍ତି ତେବେ ଏହା ଖାଆନ୍ତୁ ଏତଦ୍ ବ୍ୟତିତ ବ୍ୟାୟାମ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଇ କିଛି ଏଭଳି ବ୍ୟାୟାମ କରନ୍ତୁ ଯାହାଦ୍ୱାରା ପେଟରେ ଥିବା ଛୁଆଟି ପୂର୍ବ ଅବସ୍ଥାକୁ ଫେରିଆସିବ ।
ଏକ୍ସଟରନାଲ୍ ସଫାଲିକ ଭର୍ସନ୍ : ଯଦି ଗର୍ଭବତୀ ସ୍ତ୍ରୀଙ୍କୁ ବ୍ୟାୟାମ କରିବାରେ କଷ୍ଟ ଅନୁଭବ ହେଉଛି ତେବେ ଡାକ୍ତର ତାଙ୍କୁ ଏକ୍ସଟରନାଲ୍ ସଫାଲିକ ଭର୍ସନ୍ ପ୍ରକ୍ରିୟା କରିବାକୁ କହିବେ । ଏହି ପ୍ରକ୍ରିୟାରେ ଡାକ୍ତର ନିଜ ହାତରେ ମହିଳାଙ୍କ ପେଟବାହାରୁ ହିଁ ଛୁଆକୁ ଓଲଟାଇବାକୁ ପ୍ରୟାସ କରନ୍ତି । ଏହି ପ୍ରକ୍ରିୟା ଗର୍ଭାବସ୍ଥାର ଅନ୍ତିମ ସପ୍ତାହରେ ହିଁ କରାଯାଇଥାଏ ।