ଇସ୍ରାଏଲ ହମାସ ଯୁଦ୍ଧରେ ‘ୟେମେନ ହୁତି’ର ଏଣ୍ଟ୍ରି । ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ‘ହୁତି’ ଇସ୍ରାଏଲ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼

221

କନକ ବ୍ୟୁରୋ : ଯୁଦ୍ଧ ପହଁଚିଛି ୨୬ଦିନରେ । ଏହା ଭିତରେ ପାଲେଷ୍ଟାଇନକୁ ସମର୍ଥନ ଜଣାଇ ଆସୁଥିବା ଇରାନ ସମର୍ଥିତ ଆତଙ୍କୀ ସଂଗଠନ ୟେମେନ ହୁତି ଯୁଦ୍ଧରେ ଏଟ୍ରିଂ କରିଛି । ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲକୁ ଲକ୍ଷ୍ୟ କରି ୟେମେନର ଏହି ବିଦ୍ରୋହୀ ସଂଗଠନ ହୁତି ଇସ୍ରାଏଲ ଉପରେ ଡ୍ରୋନ ଓ ବାଲେଷ୍ଟାଇ ମିସାଇଲ ମାଡ କରୁଥିବା ଜଣାପଡିଛି । ପାଲେଷ୍ଟାଇନବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୁଦ୍ଧକୁ ଓହ୍ଲାଉଥିବା ମଙ୍ଗଳବାର ଘୋଷଣା କରିଥିଲା ଆତଙ୍କୀ ସଂଗଠନ ।

ଯୁଦ୍ଧରେ ‘ୟେମେନ ହୁତି’ର ଏଟ୍ରିଂ
-ଅକ୍ଟୋବର ୨୮ରେ ହାଉତି ପ୍ରଥମ ଆକ୍ରମଣ କରିଥିଲା
-ଅକ୍ଟୋବର ୧୯ରେ ଆମେରିକା ସେନାର ୩ଟି କ୍ରୁଜ କ୍ଷେପଣାସ୍ତ୍ର ଧ୍ୱଂସ କରିଥିଲା
-ଅକ୍ଟୋବର ୩୧ରେ ଇସ୍ରାଏଲକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି
-ଯୁଦ୍ଧ ବନ୍ଦ ହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବାକୁ ଧମକ ଦେଇଛି

ଯୁଦ୍ଧରେ ହଜାର ସଂଖ୍ୟକ ଜୀବନ ଯାଉଛି ।କେବଳ ଆତଙ୍କୀ ନୁହେଁ ନିରୀହ ନାଗରିକ, ସୈନିକଙ୍କ ପ୍ରାଣହାନି ହେଊଛି । ଯୁଦ୍ଧ ବିରତି ପାଇଁ ଅନେକ ରାଷ୍ଟ୍ର ଅପିଲ କରୁଛନ୍ତି । କିନ୍ତୁ ଜିଦରେ ଅଟଳ ରହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ବେଂଜାମିନ ନେତାନ୍ୟାହୁ କହିଛନ୍ତି କୌଣସି ପରିସ୍ଥିତିରେ ଯୁଦ୍ଧ ବିରତି କରାଯିବନି ।

ଜିଦରେ ଅଟଳ ବେଂଜାମିନ
-ଯୁଦ୍ଧ ବିରତି ହମାସ ନିକଟରେ ଆତ୍ମସମର୍ପଣ ସଦୃଶ
-ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ
-ଚାପ ସତ୍ୱେ ଯୁଦ୍ଧ ବିରତି କରାଯିବନି

ଶଶ୍ମାନ ପାଲଟିଲା ଗାଜା
୧୦ହଜାରରୁ ଅଧିକ ମୃତ
ଇସ୍ରାଏଲ ସେନାର ଆକ୍ରମଣୁ ବାଦ ପଡୁନି ଶରଣାର୍ଥୀ ଶିବିର । ମଙ୍ଗଳବାର ରାତିରେ ଗାଜାରେ ଥିବା ଏକ ଶିବିର ଉପରେ ଆଇଡିଏଫ ଯେଉଁ ଆକ୍ରମଣ କରିଛି ସେଥିରେ ଶତାଧିକ ମୃତ୍ୟୁ ହୋଇଥିବା ସୂଚନା ରହିଛି । ୨୬ଦିନର ଯୁଦ୍ଧରେ ଶଶ୍ମାନ ପାଲଟିଲାଣି ଗାଜା ।

ଶଶ୍ମାନ ପାଲଟିଛି ଗାଜା
-ଯୁଦ୍ଧର ୨୬ ଦିନରେ ୧୦ହଜାରୁ ଅଧିକ ମୃତ
-ପ୍ରାୟ ୮ହଜାର ପାଲେଷ୍ଟାଇନ ଓ ୨ହଜାର ଇସ୍ରାଏଲ ନାଗରିକ ମୃତ
-୮ଶହରୁ ଅଧିକ ହମାସା ଠିକଣା ଧ୍ୱଂସ

ଇସ୍ରାଏଲ ଯଦିଓ ହମାସକୁ ମୂଳପୋଛ କରିବା ପାଇଁ ଯୁଦ୍ଧ କରୁଛି କିନ୍ତୁ ଏଥିରେ ହଜାର ସଂଖ୍ୟକ ନିରୀହ ନାଗରିକଙ୍କ ଜୀନବଯାଉଛି । ଘଟଣାକୁ ବିରୋଧ ସହ ନିନ୍ଦା କରୁଛନ୍ତ ମିଳିତ ଜାତିସଂଘ, ଅର୍ନ୍ତଜାତୀୟ କୋର୍ଟ ବା ଆଇସିଜେ ସହ ବିଭିନ୍ନ ରାଷ୍ଟ । ଏହା ଭିତରେ ଦକ୍ଷିଣ ଆମେରିକା ଦେଶ ବେଲବିୟା ସରକାର ଇସ୍ରାଏଲ ସହ ସବୁ ପ୍ରକାର କୁଟନୀତି ସର୍ମ୍ପକ ଶେଷ କରିବାକୁ ଘୋଷଣା କରିଛନ୍ତି ।