ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜିଙ୍କ ଦେହାନ୍ତ : ୮୯ ବର୍ଷରେ ଘରୋଇ ହସ୍ପିଟାଲରେ କୋଲକାତାରେ ପରଲୋକ

36

କନକ ବ୍ୟୁରୋ : ଦୀର୍ଘଦିନ ଧରି ବରିଷ୍ଠନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ କିଡନି ରୋଗରେ ପୀଡିତ ଥିଲେ । ଗତ ୪ ମାସ ହେବ ସେ କଲିକତାର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ । ତେବେ ଗତକାଲି ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା । ତେବେ ଆଜି ମେଡିକାଲରେ ତାଙ୍କର ପରଲୋକ ହୋଇଛି । ମାର୍କ୍ସବାଦୀ ନେତା ସୋମନାଥ ପଶ୍ଚିମବଙ୍ଗର ମେଦିନିପୁର ଓ ବୋଲପୁର ଲୋକସଭା ଆସନରୁ ୧୦ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

 

ୟୁପିଏ ଶାସନ ସମୟରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ରହିବା ସହ ସିପିଆଇ ର କେନ୍ଦ୍ର କମିଟି ସଦସ୍ୟ ଥିଲେ । ତେବେ ତାଙ୍କର ପରୋଲୋକ ଖବର ମିଳିବା ପରେ ଅନେକ ନେତା ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଗୃହରେ ପହଞ୍ଚିଛନ୍ତି । ସେ କଲିକତାର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ଅନେକ ଥର ପଶ୍ଚିମବଙ୍ଗର ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିଛନ୍ତି । ଜଣେ ନେତା ଭାବରେ ସମସ୍ତଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଥିଲା ବୋଲି ଜଣେ କଂଗ୍ରେସର ବରିଷ୍ଠ ନେତା ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ।