‘ମୁଁ ମୋ ପଦ୍ମଶ୍ରୀ ଫେରାଇଦେବି’: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେସଲର ବଜରଙ୍ଗ ପୁନିଆ

186

କନକ ବ୍ୟୁରୋ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ନିର୍ବାଚନରେ ସଞ୍ଜୟ ସିଂ ବିଜୟୀ ହୋଇଥିଲେ । ଯିଏକି, ପୂର୍ବ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ନିକଟତମ ସହଯୋଗୀ । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ବିନେଶ ଫୋଗଟଙ୍କ ସମେତ ଅନେକ ରେସଲର ଅସନ୍ତୁଷ୍ଟ ଅଛନ୍ତି । ଏହି ରେସଲରମାନେ ଦୀର୍ଘ ସମୟ ଧରି ବ୍ରିଜ ଭୂଷଣଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଥିଲେ । ଏମାନଙ୍କ ଦାବି ଥିଲା ରେସଲିଂ ଫେଡରେସନର ଅଧ୍ୟକ୍ଷ ଦାୟିତ୍ୱ ଜଣେ ମହିଳାଙ୍କୁ ଦିଆଯାଉ ।

ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲ୍ଲିକ ଗୁରୁବାର ସନ୍ୟାସ ଘୋଷଣା କରିଛନ୍ତି । ଆଉ ଏହାର ଗୋଟିଏ ଦିନ ପରେ ଆଜି ବଜରଙ୍ଗ ପୁନିଆ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ଆୱାର୍ଡ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସୋସିଆଲମିଡିଆରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ବି ଲେଖିଛନ୍ତି । ସେ ଚିଠିକୁ ସୋସିଆଲମିଡିଆ ଏକ୍ସରେ ସେୟାର କରି ଲେଖିଛନ୍ତି ମୁଁ ମୋ ପଦ୍ମଶ୍ରୀ ପ୍ରଧାନମନ୍ତ୍ରୀ ଫେରାଇବାକୁ ଯାଉଛି । କହିବାକୁ କେବଳ ମୋର ଏହି ପତ୍ର ହିଁ ଅଛି ।