ମା’ଙ୍କୁ ମେଲାଣି ଦେବାବେଳେ କୋହ ସମ୍ଭାଳିପାରିଲେନି ପୂଜକ । ମା’ଙ୍କ ପାଦ ତଳେ ପଡି ବାହୁନି କାନ୍ଦିଲେ । କଟକରୁ ଆସିଛି ନିଆରା ଦୃଶ୍ୟ ।

353

କନକ ବ୍ୟୁରୋ: ବିଦାୟ ନେଉଛନ୍ତି ମା ଜଗତଜନନୀ । ନବରାତ୍ରୀର ଅନ୍ତିମ ଦିନରେ ଦଶମୀ ପୂଜା ପରେ ଗତକାଲି ମାଙ୍କ ବିସର୍ଜନ ହୋଇଥିଲା । ଆଉ ତାପରେ ପରମ୍ପରା ମୁତାବକ ମାଙ୍କୁ ମେଲାଣି ଦିଆଯାଉଛି । କିନ୍ତୁ ମାଙ୍କୁ ବିଦାୟ ବେଳର ଏକ ନିଆରା ଦୃଶ୍ୟ ଆସିଛି କଟକରୁ । ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ମାଙ୍କ ପୂଜାରେ ନିୟୋଜିତ ପୂଜାରୀ ଭାବବିହ୍ୱଳ ହୋଇପଡିଛନ୍ତି । ଆଖିର ଲୁହକୁ ରୋକି ପାରୁ ନାହାନ୍ତି । ଝିଅକୁ ବାପ ଘର ଲୋକ ଯେମିତି ବିଦାୟ ଦେଇଥାନ୍ତି ଠିକ୍ ସେମିତି ମାଙ୍କ ବିଦାୟରେ କାନ୍ଦି ପକାଉଛନ୍ତି ପୂଜାରୀ ଜଣକ ।

ମା’ଙ୍କ ଭସାଣ ଉତ୍ସବ ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଭସାଣ ପାଇଁ ପ୍ରସ୍ତୁତି ହୋଇଛି । ଗତ ରାତିରୁ କଟକରେ ଆରମ୍ଭ ହୋଇଛି ମା’ଙ୍କ ଭସାଣ ଉତ୍ସବ । ଆଉ କିଛି ସମୟରେ କଟକରେ ଜୋରସୋରରେ ଏହି ଉତ୍ସବ ଆରମ୍ଭ ହେବ । ଗୋଟିଏ ପରେ ଗୋଟିଏ ମେଢ ଲାଇନ୍ରେ ଯିବେ । ମାଆଙ୍କ ବିସର୍ଜନ ପାଇଁ କଟକର ଦେବୀଗଡାରେ ଅସ୍ଥାୟୀ ପୋଖରୀ କରାଯାଇଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ମା’ଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା ହୋଇଛି । ଏକାଧିକ ମେଢ ଭସାଣ ହେବାକୁ ଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି