ବିଶ୍ୱର ପୁରୁଣା ରେଲୱେ ଷ୍ଟେସନ: ୧୯୩ ବର୍ଷ ତଳେ ଗଡିଥିଲା ପ୍ରଥମ ଟ୍ରେନ

313

କନକ ବ୍ୟୁରୋ: ଟ୍ରେନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରନ୍ତି । ଦୂର ଜାଗାକୁ ଯାତ୍ରା କରିବାକୁ ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ଟ୍ରେନ ହିଁ ରହିଥାଏ । କାରଣ ଶୀଘ୍ର ଆଉ ସହଜରେ ଏହା ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ । ଟ୍ରେନର ଝରକା ପାଖ ସିଟରେ ବସି ଲୋକମାନେ ପ୍ରକୃତି ଉପଭୋଗ ମଧ୍ୟ କରିଥାନ୍ତି । ତେବେ ଅନେକ ଲୋକଙ୍କୁ ଟ୍ରେନ ଯାତ୍ରା ନିଆରା ଅନୁଭୂତି ମଧ୍ୟ ଦେଇଥାଏ । ଟ୍ରେନ ବାବଦରେ ଅନେକ ଖବର ଆପଣ ପ୍ରତିଦିନ ଶୁଣୁଥିବେ । କେବେ ପ୍ରଥମ ଟ୍ରେନ କେବେ ଗଡିଥିଲା, ବଡ ଟ୍ରେନ, ଛୋଟ ଟ୍ରେନ ଏମିତି ଅନେକ । ହେଲେ ଆମେ ଆଜି ଆପଣଙ୍କୁ କହିବୁ ବିଶ୍ୱର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ ବାବଦରେ ।

ଲିଭରପୁଲ ରୋଡ ରେଲୱେ ଷ୍ଟେସନ, ଏହା ଇଂଲଣ୍ଡରେ ରହିଛି । ୧୫ ସେପ୍ଟେମ୍ବର ୧୮୩୦ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଏହି ଷ୍ଟେସନ ୧୯୩ ବର୍ଷ ପୁରୁଣା ହୋଇଗଲାଣି । ସବୁଠାରୁ ବଡ କଥା ହେଲା ପୁନଃ ନିର୍ମାଣ ନହୋଇ ମଧ୍ୟ ଏହି ରେଲୱେ ଷ୍ଟେସନର ବିଲ୍ଡିଂ ଯେମିତି କି ସେମିତି ଛିଡା ହୋଇଛି । ଆଉ ତାର ଚମକ ବି କମ ହୋଇନାହିଁ । ଲିବରପୁଲ ରୋଡ ଷ୍ଟେସନ ଲିବରପୁଲ ଓ ମାଞ୍ଚେଷ୍ଟର ରେଲୱେର ଅଂଶ ଭାବେ ତିଆରି ହୋଇଥିଲା । ୧୯୭୫ ମସିହାରେ ଏହାକୁ ବନ୍ଦ କରିଦିଆଯାଅଥିଲା । ଆଜି ଏହି ରେଲୱେ ଷ୍ଟେସନର ବଲ୍ଡିଂ ବିଜ୍ଞାନ ଓ ଉଦ୍ୟେଗ ମ୍ୟୁଜିୟମ ଭାବେ କାମ କରୁଛି ।

ସେହିପରି ଦ୍ୱିତୀୟ ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ ମଧ୍ୟ ସେହି ଇଂଲଣ୍ଡରେ ରହିଛି । ଆଉ ତାହା ମଧ୍ୟ ୧୫ ସେପ୍ଟେମ୍ବର ୧୮୩୦ ମସିହାରେ ଆରମ୍ଭ ହୋଇଥିଲା । ୧୮୩୦ ମସିହାରୁ ଏବେ ଯାଏଁ ଏହି ଷ୍ଟେସନ ଲୋକଙ୍କୁ ସେବା ଯୋଗାଇ ଆସୁଛି । ହେଲେ ଏହାର ବିଲ୍ଡିଂ ପୂର୍ବ ଭଳି ନାହିଁ ଏହାକୁ ୧୯୭୦ ମସିହାରେ ପୁନଃ ନିର୍ମାଣ କରାଯାଇଛି । ଏତେ ସମୟ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବାରୁ ଏହାକୁ ବିଶ୍ୱର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ କୁହାଯାଉଛି ।

ଯଦି ବିଶ୍ୱର ସବୁଠାରୁ ବଡ ରେଲୱେ ଷ୍ଟେସନ କଥା ଆଲୋଚନା କରିବା ତେବେ ଏହା ଆମେରିକାର ନ୍ୟୁୟର୍କ ସହରରେ ରହିଛି । ଏହାର ନାଁ ହେଉଛି ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନାଲ । ଏହି ରେଲୱେ ଷ୍ଟେସନ ୧୯୦୩ ଓ ୧୯୧୩ ମଧ୍ୟରେ ନିର୍ମାଣ ହୋଇଥିଲା । ଏଥିରେ ୪୪ଟି ପ୍ଲାଟଫର୍ମ ରହିଥିବାରୁ ଏହାକୁ ବିଶ୍ୱର ବଡ ରେଲୱେ ଷ୍ଟେସନ କୁହାଯାଉଛି ।

ତେବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବା ଭାରତର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ କେବେ ତିଆରି ହୋଇଥିଲା, ଏହା କେଉଁଠି ଅଛି । ଭାରତର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନର ନାଁ ହେଉଛି ହାୱଡା ଜଙ୍କସନ । ଯାହା ପଶ୍ଚିମବଙ୍ଗରେ ରହିଛି । ଏହାକୁ ୧୮୫୨ ମସିହାରେ ତିଆରି କରାଯାଇଥିଲା ।