ଯାହାକୁ ଖୋଜିବାକୁ ଭାରତୀୟ ନୌସେନା ଖର୍ଚ୍ଚ କରିଦେଲା ୧ କୋଟି ଟଙ୍କା , ଶେଷରେ ବୟଫ୍ରେଣ୍ଡ ସହ ମିଳିଲେ ନିଖୋଜ ଯୁବତୀ

1,916

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରୁ ଦୁଇଦିନ ତଳେ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ପୋଲିସ ଏବେ ସଂପୃକ୍ତ ଯୁବତୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ନିକଟରୁ ଉଦ୍ଧାର ହୋଇଛି । ହେଲେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଭାରତୀୟ ନୌସେନା ବିଭାଗ ଓ ତଟରକ୍ଷୀ ବାହୀନି ପକ୍ଷରୁ ପାଖା ପାଖି ୩୬ ଘଂଟା ଧରି ସମୁଦ୍ର ମଧ୍ୟରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲା । ଏହି ଅପରେଶନରେ ପାଖା ପାଖି ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା କୁହାଯାଉଛି । ନିଖୋଜ ଯୁବତୀଙ୍କୁ ପାଇବାକୁ ସମୁଦ୍ରରେ ୩ ଜାହାଜ ସହାୟତାରେ ସର୍ଚ୍ଚ ଅପରେଶନ କରାଯାଇଥିଲା ।

ସୂଚନା ମୁତାବକ ୨୩ ବର୍ଷିୟ ବିବାହିତ ଯୁବତୀ ସାଇ ପ୍ରିୟା ସୋମବାର ଦିନ ନିଜ ବିବାହ ବାର୍ଷିକ ପାଳନ କରିବାକୁ ବିଶାଖାପାଣର ଆରକେ ବିଚକୁ ଯାଇଥିଲେ । ସେଠାରେ ସେ ପ୍ରଥମେ ସିଂହାଚଳମ ମନ୍ଦିର ଦର୍ଶନ କରି ସମୁଦ୍ରକୂଳକୁ ଫେରିଥିଲେ । ଏହି ସମୟରେ ସ୍ୱାମୀଙ୍କ ମୋବାଇଲକୁ ଫୋନ ଆସିବାରୁ ସେ କଥା ହେବାକୁ ଟିକେ ଦୂରେଇ ଯାଇଥିଲେ । ବାଶ୍ ଏହି ସମୟରେ ଯୁବତୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଥିଲେ । ହେଲେ ସ୍ୱାମୀ ଫୋନରେ କଥା ହୋଇସାରି ଫେରିବା ପରେ ପତ୍ନୀଙ୍କୁ ନପାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ସନ୍ଦେହ କରିଥିଲା କି ଯୁବତୀ ଜଣଙ୍କ ସମୁଦ୍ରରେ ଭାଶିଯାଇଥାଇ ପାରନ୍ତି । ଏନେଇ ନୌସେନା ଓ ତଟରକ୍ଷା ବାହୀନି ପକ୍ଷରୁ ସମୁଦ୍ର ଭିତରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଦୀର୍ଘ ୩୬ ଘଂଟା ଧରି ୩ ଟି ଜାହାଜ ଓ କିଛି ଡଙ୍କା ସହାୟତାରେ ଏହି ଅପରେଶନ ଜାରି ରହିଥିବା ବେଳେ କିଛି ସୁଫଳ ମିଳିନଥିଲା ।

ସେପଟେ ହଠାତ ଯୁବତୀଙ୍କ ମାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଏହି ମେସେଜ ଯୁବତୀ ଜଣଙ୍କ କରିଥିଲେ । ସେ ଲେଖିଥିଲେ କି ସେ ସୁରକ୍ଷିତ ଭାବେ ନେଲ୍ଲୁରରେ ଅଛନ୍ତି । ଏହାପରେ ପୋଲିସ ସଂପୃକ୍ତ ଯୁବତୀଙ୍କୁ ତାଙ୍କ ବୟଫ୍ରେଣ୍ଡ ସହ ନେଲ୍ଲୁରରୁ ଠାବ କରିଛି ।