ଜନସଂଖ୍ୟା ୨କୋଟି ହେଲେ ରହିଛି ସବୁଠୁ ବଡ ସଂସଦ ଭବନ । ଆମେରିକା ଓ ଋଷ ଠାରୁ ବି ଆକାରରେ ବଡ ସଂସଦ ଗୃହ । ଜାଣନ୍ତୁ କାହିଁକି ଏତେ ବଡ ସଂସଦ ଗୃହ ନିର୍ମାଣ କରିଛି ଏହି ଦେଶ ?

293

କନକ ବ୍ୟୁରୋ : ଦେଶକୁ ମିଳିସାରିଛି ନୂଆ ସଂସଦ ଭବନ । ଗତ ୨୮ ତାରିଖରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆକର୍ଷଣୀୟ ଡିଜାଇନ ଆଉ ନୂଆ ବ୍ୟବସ୍ଥା ପାଇଁ ଚର୍ଚ୍ଚାରେ ରହିଛି ଭାରତର ଏହି ନୂଆ ପାର୍ଲାମେଣ୍ଟ । କେତେବେଳେ ଏହାକୁ ନେଇ ରାଜନୀତି ହେଉଛି ତ କେତେବେଳେ ଏହାକୁ ନେଇ ଗର୍ବ କରୁଛନ୍ତି ଦେଶବାସୀ । ତେବେ ଦୁନିଆରେ ଏମିତି ଅନେକ ଦେଶର ସଂସଦ ଭବନ ରହିଛି ଯାହା ବେଶ ଚର୍ଚ୍ଚାରେ ରହିଛି । କିଛି ନିଜ ଡିଜାଇନ ପାଇଁ ପ୍ରସିଦ୍ଧ ଥିବାବେଳେ ଆଉ କିଛି ଏହାର ଇତିହାସକୁ ନେଇ ପ୍ରସିଦ୍ଧ ।

ଦୁନିଆରେ ଥିବା ସମସ୍ତ ପାର୍ଲାମେଣ୍ଟରେ ୫ ପ୍ରକାରର ସିଟିଂ ଆରେଂଜମେଟଂ ରହିଥାଏ । ପ୍ରଥମ ହେଉଛି ସେମି ସର୍କଲ ଏଥିରେ ମେମ୍ବର ପରସ୍ପରକୁ ନୁହେଁ ବରଂ ସାମ୍ନାରେ ବସିଥିବା ଅଧ୍ୟକ୍ଷକଙ୍କୁ ମୁହଁ କରି ବସିଥାନ୍ତି ।

ହର୍ସ ସୁ – ଏହା ପାଖାପାଖି ସେମି ସର୍କଲ ଭଳି । ହେଲେ ଏଥିରେ କିଛି ବିରୋଧୀ ସାମ୍ନାସାମ୍ନି ବସିଥାନ୍ତି ।
ଗୋଲାକାର – ଏହି ଆରେଜଂମେଟଂ ଲିବିୟା ଓ ଉଜବେକିସ୍ତାନ ବ୍ୟତୀତ କେଉଁଠି ବି ବ୍ୟବହାର ହୋଇନଥାଏ ।
ଅପୋଜିଂ ବେଚଂ – ଏଥିରେ ଗୋଟିଏ ପଟେ ସରକାରୀ ଦଳ ଆଉ ଗୋଟିଏ ପଟେ ବିରୋଧୀ ଦଳ ବସିଥାନ୍ତି । ପରସ୍ପର ସହ ତର୍କ କେନ୍ଦ୍ରରେ କରିଥାନ୍ତି ।
ଆଉ ଶେଷରେ କ୍ଲାସ ରୁମ – ଏଥିରେ ସବୁ ବେଚଂ ଆଉ ଚେୟାର ଗୋଟିଏ ଦିଗକୁ ରହିଥାଏ ।

ଦୁନିଆର ଚର୍ଚ୍ଚିତ ପାର୍ଲାମେଟଂ କଥା ଆସିଲେ ପ୍ରଥମେ ଆସେ ସବୁଠାରୁ ବଡ ପାର୍ଲାମେଣ୍ଟ ହାଉସ, ରୋମାନିଆର ପ୍ୟାଲେସ ଅଫ ପାର୍ଲାମେଟଂ । ରୋମାନିଆ ଖୁବ ଛୋଟ ଦେଶ ହୋଇଥିଲେ ବି ଏହାର ପାର୍ଲାମେଟଂ ହାଉସ ବିଶ୍ୱରେ ସବୁଠାରୁ ବଡ ବିଲ୍ଡିଂ । ଏହା ୧୯୮୪-୧୯୯୭ ମଧ୍ୟରେ ଅନେକ ଫେଜରେ ତିଆରି ହୋଇଥିଲା । ଏହାକୁ ତିଆରି କରିଥିଲେ ତାନାସାହା । ଏଥିରେ ମୋଟ ୨୦ ମହଲା ରହିଛି   । ୧୨ ମାଟି ଉପରକୁ ରହିଥିବା ବେଳେ ଆଉ ୮ଟି ମାଟି ତଳେ ରହିଛି । ମାଟି ତଳେ ଥିବା ଶେଷ ମହଲାରେ ଆଟୋମିକ ବଙ୍କର ରହିଛି ।

ଆମେରିକାର ଦ କ୍ୟାପିଟୋଲ ବିଲ୍ଡିଂ । ଏହା ଦୁନିଆର ସବୁଠାରୁ ପୁରୁଣା ୱାର୍କିଂ ପାର୍ଲାମେଟଂ । ଏଠାରେ ପ୍ରଥମ ମିଟିଂ ୧୮୦୦ ମସିହାରେ ହୋଇଥିଲା । ଏହାକୁ ଲୋକତନ୍ତ୍ରର ପ୍ରତିକ ବୋଲି କୁହାଯାଏ । ଏଠାରୁ ଆସିଥିବା ଏକ ବୟାନ ଦୁନିଆର ଅନେକ ଦେଶକୁ ଆଧୁନିକ ଗଣତନ୍ତ୍ର ଆଡକୁ ପ୍ରେରିତ କରିଥିଲା ।

ଋଷର ହ୍ୱାଇଟ ହାଉସ ପାର୍ଲାମେଟଂ ଋଷିଆ , ଏହାକୁ ପ୍ରଥମେ ହାଉସ ଅଫ ସୋଭିଏତ ବୋଲି କୁହାଯାଉଥିଲା । ଏହାକୁ ୧୯୩୫ରୁ ୧୯୮୧ ମଧ୍ୟରେ ତିଆରି କରାଯାଇଥିଲା । ୧୯୯୩ ମସିହାର ସାମ୍ବିଧାନିକ ସଙ୍କଟ ବେଳେ ଏହା ଅନେକ କ୍ଷତି ସହିଥିଲା । ବହୁତ କମ ସମୟରେ ଏହି ବିଲ୍ଡିଂ ଅନେକ ସଂଘର୍ଷ ମୂକ ସାକ୍ଷୀ ପାଲଟିଯାଇଥିଲା ।

ଏବେ ଆଲୋଚନା କରିବା ଅପୋଜିଂ ବେଚଂ ସିଟିଂ ବ୍ୟବହାର କରୁଥିବା ପାର୍ଲାମେଟଂ କଥା । ଇଂଲଣ୍ଡର ପ୍ୟାଲେସ ଅଫ ୱେଷ୍ଟମିନଷ୍ଟର । ଏହାର ମୂଳ ପ୍ୟାଲେସ ୧ ହଜାର ୪୫ ଏଡିରେ ତିଆରି ହେବା ଆରମ୍ଭ ହୋଇଥିଲା । ୧ ହଜାର ୯୯ ଏଡିରେ ୱେଷ୍ଟମିନଷ୍ଟର ହଲ ତିଆରି କରାଯାଇଥିଲା । ୧୮୩୪ରେ ଏଠାରେ ନିଆଁ ଲାଗିଯାଇଥିଲା ଫଳରେ କେବଳ ହଲ ହିଁ ବଞ୍ଚିଥିଲା ଯାହା ଆଜିକା ପ୍ୟାଲେସର ସବୁଠାରୁ ବଡ ଅଂଶ ।

ଶେଷରେ ଆଲୋଚନା କରିବା ଚୀନର ପାର୍ଲାମେଟଂ ଗ୍ରେଟ ହଲ ଅଫ ଦ ପିପଲ ବିଷୟରେ । ଏହା ଚୀନର ଐତିହାସିକ ସ୍ଥାନ ତିଆନମେନ ସ୍କେ୍ୱାୟାରରେ ତିଆରି କରାଯାଇଛି । ଯାହାକୁ ମାଓ ସେତୁଙ୍ଗଙ୍କ ସମୟର ତିଆରି କରାଯାଇଥିଲା । ଏହି ବିଲ୍ଡିଂରେ ଅଲଗା ଅଲଗା ରାଜ୍ୟଙ୍କ ନାଁରେ ହଲ ବି ରହିଛି । ଆଉ ଏହି ପାର୍ଲାମେଣ୍ଟ ହାଉସରେ କ୍ଲାସରୁମ ସିଟିଂ ଆରେଜଂମେଟଂର ବ୍ୟବହାର କରାଯାଇଥାଏ ।