ବର୍ଷା ହେଲେ ରିଜର୍ଭ ଡେ’ରେ କାହିଁକି ହେବନି ଭାରତର ସେମି ଫାଇନାଲ? କାରଣ କହିଲା ଆଇସିସି

4,619

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ ୨୦୨୪କୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ-ଇଂଲଣ୍ଡ ମଧ୍ୟରେ ଗୁଏନାର ପ୍ରୋବିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ହେଲେ ଏହି ସହରରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏହି ସେମିଫାଇନାଲ ମ୍ୟାଚ ପାଇଁ ଆଇସିସି କୌଣସି ରିଜର୍ଭ ଡେ’ ରଖିନାହିଁ । ଏଥିପାଇଁ ୪ ଘଣ୍ଟା ୧୦ମିନିଟର ରିଜର୍ଭ ଡେ’ ରଖାଯାଇଛି । ଯଦି ଏହି ସମୟ ମଧ୍ୟରେ ବି ବର୍ଷା ନରୁହେ ତେବେ ମ୍ୟାଚ ରଦ୍ଦ କରାଯିବ ।

କହିରଖୁଥାଉ କି, ଆଇସିସି ୨୦୨୪ ଟି-୨୦ ବିଶ୍ୱକପ ର ପ୍ରଥମ ସେମିଫାଇନାଲ ମ୍ୟାଚରେ ରିଜର୍ଭ ଡେ’ ରଖିଥିଲା । ହେଲେ ଏହାର ଆବଶ୍ୟକତା ପଡିନଥିଲା । ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଫ୍ୟାନମାନଙ୍କ ମନରେ ଏବେ ପ୍ରଶ୍ନ ଦ୍ୱିତୀୟ ସେମିଫାଇନାଲରେ କାହିଁକି ରିଜର୍ଭ ଡେ ରଖା ଯାଇନଥିଲା ।

ଆଇସିସିର ପ୍ରକ୍ତା କହିଛନ୍ତି କି, ଦ୍ୱିତୀୟ ସେମିଫାଇନାଲରେ ରିଜର୍ଭ ଡେ’ ନ୍ରିବାର କାରଣ ହେଉଛି, ଟିମଗୁଡିକୁ ବାରମ୍ବାର ଯାତ୍ରା ନକରିବାକୁ ପଡୁ । ଟିମ ଗୁଡିକର ଯାତ୍ରାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ସେମିଫାଇନାଲରେ ଅତିରିକ୍ତ ୪ ଘଣ୍ଟା ୧୦ ମିନିଟ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ଏହି ମ୍ୟାଚ ୱେଷ୍ଟଇଣ୍ଡିଜ ସମୟନୁସାରେ ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ଆଉ ପ୍ରଥମ ସେମି ଫାଇନାଲ ମ୍ୟାଚ ଗୋଟିଏ ଦିନ ପୂର୍ବରୁ ରହିଥିଲା । ଏହାର ଅର୍ଥ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଅତିରିକ୍ତ ସମୟରେ ଖେଳିହେବନି ।

ପ୍ରଥମ ସେମିଫାଇନାଲକୁ ରିଜର୍ଭ ଡେ ରଖାଯାଇଥିଲା । ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥାନ୍ତା ତେବେ ୨୭ ଜୁନକୁ ଖେଳାଯାଇଥାନ୍ତା । ହେଲେ ଦ୍ୱତୀୟ ସେମିଫାଇନାଲରେ ଯଦି ରିଜର୍ଭ ଡେ’ ଖେଳାଯାଇଥାନ୍ତା ତେବେ ୨୮ ତାରିଖରେ ହୋଇଥାନ୍ତା । ଆଉ ମ୍ୟାଚ ଜିତିଥିବା ଟିମ ଏହାର ଠିକ ପୂର୍ବଦିନ ଫାଇନାଲ ମ୍ୟାଚ ଖେଳିଥାନ୍ତା ।