ଅଧିକ ଆଚାର ଖାଇବା ପାଇଁ ପସନ୍ଦ କରନ୍ତି କି ? ସାବଧାନ ହୋଇଯାଆନ୍ତୁ !

162

ଗରମ ଦିନ ଆସିଲେ ମହିଳାମାନେ ଘରେ ଆଚାର ତିଆରି କରିବା ଆରମ୍ଭ କରିଦିଅନ୍ତି । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ଆଚାର ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଆଚାର ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ । ତେବେ ଆଜି ଆସନ୍ତୁ ଆଲୋଚନା କରିବା, ଅଧିକ ଆଚାର ଖାଇବା କାହିିଁକି ସ୍ୱାସ୍ଥ୍ୟ ପାଇଁ କ୍ଷତିକର ସାବ୍ୟସ୍ତ ହୋଇପାରେ ।

ଲୁଣ ଅଧିକ ଥାଏ –
ଆଚାରରେ ଅଧିକ ଲୁଣ ବ୍ୟବହାର କରାଯାଏ । ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦୟ ସମ୍ମନ୍ଧୀତ ରୋଗ ହେବାରେ ସମ୍ଭାବନା ଥାଏ । ଆଚାର ଅଧିକ ଦିନ ଭଲ ରହିବ ବୋଲି ସେଥିରେ ଅଧିକ ଲୁଣ ମିଶାଯାଏ । ଏପରିସ୍ଥଳେ ଅଧିକ ଆଚାର ଖାଇବା ଦ୍ୱାରା ଶରୀରରେ ଲୁଣର ମାତ୍ରା ବଢ଼ିଯାଏ ଓ ଶରୀରକୁ କ୍ଷତି ପହଞ୍ଚାଇଥାଏ ।

ଗ୍ୟାଷ୍ଟ୍ରିକ କ୍ୟାନସରର ଆଶଙ୍କା ବଢ଼େ –
ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଅଧିକ ଆଚାର ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ କ୍ୟାନସରର ଆଶଙ୍କା ବଢ଼େ । ତେବେ ଏହାର କୌଣସି ପ୍ରାଣ ନାହିଁ ।

ଅଧିକ ତେଲର ବ୍ୟବହାର-
ଲୁଣ ସହ ଆଚାରରେ ତେଲର ବ୍ୟହାର ମଧ୍ୟ ଅଧିକ ହୋଇଥାଏ । ଆଚାର ନରମ ରହିବ ବୋଲି ଅଧିକ ତେଲ ବ୍ୟବହୃତ ହୁଏ । ଅଧିକ ତେଲ ଯୋଗୁଁ କୋଲେଷ୍ଟରେଲ ବଢ଼ିବାର ଆଶଙ୍କା ଥାଏ । ଯାହାଦ୍ୱାରା ଯକୃତ ଉପରେ ଖରାପ ପ୍ରଭାବ ପଡ଼େ । ଆଚାରରେ ଅଧିକ ତେଲ, ଲୁଣ ମସଲା ଥିବା ଯୋଗୁଁ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇବା ସହ ଫେଟ ଫୁଲିବା ଓ ପେଟରେ କଷ୍ଟରେ ଅନୁଭବ ହୁଏ । ତେଣୁ ସନ୍ତୁଳିତ ମାତ୍ରାରେ ହିଁ ଆଚାର ଖାଆନ୍ତୁ ଏବଂ ନିରୋଗ ରୁହନ୍ତୁ ।