ଆପଣ ଜାଣିଛନ୍ତି କି ହୋଟେଲ ରୁମରେ କାହିଁକି ବିଛାଯାଏ ଧଳା ରଙ୍ଗର ବେଡସିଟ(ଚାଦର)? ଏହାର ପଛରେ ରହିଛି ଖାସ କାରଣ . . . .

38

ବୁଲାବୁଲି କରିବା କାହାକୁ ବା ପସନ୍ଦ ହୁଏନି । ଘର ଠାରୁ ଦୂରରେ କିଛି ସମୟ ନିରୋଳାରେ ବିତାଇବା ପାଇଁ ସମସ୍ତେ ଭ୍ରମଣରେ ଯାଆନ୍ତି । କିନ୍ତୁ ଘରଠୁ ଦୂର ଅନ୍ୟ ଜାଗାରେ ବି ଆମେ ଘର ଭଳି ଶାନ୍ତି ତଥା ପରିଷ୍କାର ପରିଚ୍ଛନ୍ନ ପରିବେଶରେ ରହିବାକୁ ଚାହୁଁ । ସେଥିପାଇଁ ଯେବେ ଆମେ ଭ୍ରମଣ କରିବା ପାଇଁ ବାହାରକୁ ଯାଉ, କୈାଣସି ହୋଟେଲ, ଲଜ୍ ବା ପଂଚ ତାରକା ହୋଟେଲରେ ରହିବାର ବ୍ୟବସ୍ଥା କରୁ । ତେବେ ଅଜଣା ଜାଗାରେ ରହିବା ପୂର୍ବରୁ ଆମେ ସେହି ହୋଟେଲ ବିିଷୟରେ ଜାଣିବାକୁ ଚାହୁଁ । ଯେପରିକି ହୋଟେଲରେ କଣ କଣ ସୁବିଧା ଅଛି, ହୋଟେଲ ରୁମ କେତେ ବଡ, ରୁମରେ କେତୋଟି ବେଡ ଅଛି, ୱାଶରୁମ କେମିତି ଅଛି ଇତ୍ୟାଦି ଉପରେ ଆମର ବିଶେଷ ନଜର ଥାଏ ।

କିନ୍ତୁ ଏହା ବ୍ୟତୀତ ଆପଣ ହୋଟେଲ ରୁମରେ ବିଛାଯାଇଥିବା ବେଡସିଟ ଉପରେ କେବେ ଧ୍ୟାନ ଦେଇଛନ୍ତି । ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଆପଣ କେବେ ଭାବିଛନ୍ତି କି ହୋଟେଲ ରୁମରେ ଧଳା ରଙ୍ଗର ବେଡସିଟ କାହିଁକି ବିଛାଯାଇଥାଏ ? ହୁଏତ ଆପଣ ଜାଣିନଥାଇ ପାରନ୍ତି କିନ୍ତୁ ଏହା ପଛରେ ଏକ ମୁଖ୍ୟ କାରଣ ଅଛି । ଆସନ୍ତୁ ଆଜି ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ ଜାଣିବା ।

• ପ୍ରଥମ କାରଣ ଏହା ଯେ ଧଳା ରଙ୍ଗ ଦେଖିବାକୁ ବହୁତ ସଫାସୁତୁରା ଲାଗେ । ସେଥିପାଇଁ ଏହି ରଙ୍ଗର ଜିନିଷ ଦେଖିଲେ ମନକୁ ଶାନ୍ତି ମିଳିଥାଏ ।

• ଏହା ବ୍ୟତୀତ ଧଳା ରଙ୍ଗରେ ଯଦି କିଛି ଦାଗ ଲାଗିଯିବ, ତେବେ ହୋଟେଲ ଷ୍ଟାଫ ମଇଳା ବେଡସିଟ ଦେଖି ତୁରନ୍ତ ତାକୁ ବଦଳାଇ ଦିଅନ୍ତି ।

• ଧଳା ରଙ୍ଗର ବେଡସିଟ ବିଛାଇବା ପଛରେ ମନୋବିଜ୍ଞାନୀ କୁହନ୍ତି ଯେ ହୋଟେଲର ରୁମ ଓ ବିଛଣା ଯେତେ ସଫାସୁତୁରା ଓ ଆରାମଦାୟକ ହେବ, ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସେତିକି ଭଲ ଅନୁଭବ ହେବ ଓ ସେମାନେ ଯାତ୍ରାର ମଜା ନେଇପାରିବେ ।