ସାର୍ବଜୀନକ କ୍ଷେତ୍ରରେ କମ୍ପାନୀଙ୍କୁ ନେଇ ମାରୁତି ସୁଜୁକି ଚେୟାରମ୍ୟାନଙ୍କ ବୟାନ । କହିଲେ, ସରକାର ବ୍ୟବସାୟ କରିବା ଉଚିତ ନୁହେଁ

99

କନକ ବ୍ୟୁରୋ : ସରକାର ବ୍ୟବସାୟ କରିବା ଉଚିତ୍ ନୁହେଁ କାରଣ ସରକାରୀ କ୍ଷେତ୍ରରେ କମ୍ପାନୀଗୁଡିକ ବ୍ୟବସାୟ କରିବାକୁ ଅକ୍ଷମ । ଏଭଳି କହିଛନ୍ତି ମାରୁତି ସୁଜକୀର ଚେୟାରମ୍ୟାନ ଆର.ସି ଭାର୍ଗବ । ସେ କହିଛନ୍ତି କି, ସରକାରୀ କମ୍ପାନୀଗୁଡିକ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସଂସାଧନ ନାହିଁ । ଏକ ସାକ୍ଷାତକାରରେ ଭାର୍ଗବ କହିଛନ୍ତି କି ସରକାରୀ କମ୍ପାନୀର ଅବିବୃଦ୍ଧି ପାଇଁ ପ୍ରତି ସମୟରେ ସମର୍ଥନର ଆବଶ୍ୟକତା ରହିଛି । ଏହାସହ ପୁଞ୍ଜିନିବେଶ ପାଇଁ ସରକାର ଅର୍ଥ ଯୋଗାଇ ଦେବା ନିହାତି ଜରୁରୀ ।

ସେ କହିଛନ୍ତି କି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ କି ସରକାର ବ୍ୟବସାୟ କରିପାରିବେ ନାହିଁ । ତକ୍ରାଳୀନ ରାଷ୍ଟ୍ରାୟତ ଉଦ୍ୟେଗ ମାରୁତି ଲିମିଟେଡକୁ ମାରୁତି ସୁଜକି ଇଣ୍ଡିଆ ଲିମିଟେଡରେ ପରିଣତ କରିବାର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସରକାର ବ୍ୟବସାୟ କରିବା ଉଚିତ କି ନୁହେଁ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହି କଥା କହିଛନ୍ତି । ସୂଚନା ଥାଉକି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଏବେ ଜାପାନର ମାରୁତି ସୁଜୁକି ମୋଟର କର୍ପୋରେସନର ମାଲିକାନାରେ ରହିଛି ।

ଭାର୍ଗବଙ୍କ ମତରେ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡିକ ଦକ୍ଷ ନୁହଁନ୍ତି । ସେମାନଙ୍କର ଉତ୍ପାଦକତା ନାହିଁ । ସେମାନେ କେବେ ବି ଲାଭ କରିପାରନ୍ତି ନାହିଁ । ସେମାନଙ୍କୁ ସର୍ବଦା ସରକାରଙ୍କ ସମର୍ଥନର ଆବଶ୍ୟକତା ପଡିଥାଏ ବୋଲି ଭାର୍ଗବ କହିଛନ୍ତି ।

ଭାଗର୍ବଙ୍କ ମତରେ ସରକାରୀ କ୍ଷେତ୍ରରେ କମ୍ପାନୀଗୁଡିକୁ ସମର୍ଥନ କରିବା ପାଇଁ ଟିକସଦାତାଙ୍କ ଅର୍ଥ ବ୍ୟବହାର କରାଯାଏ । ତକ୍ରାଳୀନ ମାରୁତି ଉଦ୍ୟୋଗ ବାବଦରେ ସେ କହିଛନ୍ତି ଯେ ସେହି ସମୟରେ ଆମକୁ ଅନେକ ଅଣ-ମୂଲ୍ୟ ଯୁକ୍ତ କାର୍ଯ୍ୟ କଳାପ କରିବାକୁ ପଡିଥିଲା । ଯାହା କି କମ୍ପାନୀ ଆଗକୁ ବଢିବାରେ ସହାୟକ ହୋଇଥିଲା । ସାର୍ବଜନୀକ କ୍ଷେତ୍ରରେ ବିଫଳତା କେବଳ ଭାରତରେ ନୁହେଁ ବରଂ ଋଷ, ବ୍ରିଟେନ, ଫ୍ରାନ୍ସ ଓ ଜାପାନରେ ମଧ୍ୟ ରହିଛି ।