ଟ୍ରେନ ଟ୍ରାକ ନିକଟରେ କାହିଁକି ରଖାଯାଇଥାଏ ଆଲୁମିନିୟମ ବକ୍ସ ? ଟ୍ରେନ୍ ଚଳାଚଳ ସହ କଣ ରହିଛି ଏହି ବାକ୍ସର ସଂପର୍କ ? ପ୍ରତି ବାକ୍ସ ମଧ୍ୟରେ କେତେ ରହିଥାଏ ଦୂରତା ?

1,564

କନକ ବ୍ୟୁରୋ : ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତୀୟ ରେଲୱେ ସବୁବେଳେ ତତ୍ପର ରହିଥାଏ । ରେଲୱେ ଯାତ୍ରାକୁ ଦେଶରେ ଅଧିକାଂଶ ଯାତ୍ରା ପସନ୍ଦ କରୁଥିବାବେଳେ ଭାରତୀୟ ରେଲୱେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷାକୁ ସବୁବେଳେ ଦୃଷ୍ଟିରେ ରଖି ବିଭିନ୍ନ ନିୟମ ମଧ୍ୟ କରିଛି । ତେବେ ଆପଣ ଯାତ୍ରା କରିବା ବେଳେ ରେଲୱେ ଟ୍ରାକ ପାଖରେ ଥିବା ଏକ ଆଲୁମିନିୟମ ବକ୍ସ ରହିଥିବା ଲକ୍ଷ କରିଥିବେ ନିଶ୍ଚୟ । ତେବେ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି? କାହିଁକି ଏହି ଆଲୁମିନିୟମ ବକ୍ସ ଗୁଡ଼ିକ ରହିଥାଏ?

ଆଲୁମିନିୟମ ବକ୍ସ ଗୁଡ଼ିକ ଟ୍ରେନର କୋଚ ଗୁଡ଼ିକ ଗଣନା କରିଥାଏ । ଏହା ସହ ଟ୍ରେନ କେଉଁ ଦିଗକୁ ଯାଉଛି ଏବଂ ଏହାର ବେଗକୁ ମଧ୍ୟ କହିଥାଏ । ସୁରକ୍ଷା ପାଇଁ ରହିଥିବା ଏହି ବାକ୍ସ ମଧ୍ୟ ଦୁର୍ଘଟଣା ରୋକିବାରେ ସାହାର୍ଯ୍ୟ କରିଥାଏ । ତେବେ ଏହି ବାକ୍ସଗୁଡ଼ିକ ୩ରୁ ୫ କିଲୋମିଟର ଦୂରରେ ରହିଥାଏ । ଏହି ବାକ୍ସଗୁଡ଼ିକ ମଧ୍ୟରେ ଏକ ଷ୍ଟୋରେଜ ଡିଭାଇସ ଫିଟ ହୋଇଛି । ଯାହାକି ସିଧାସଳଖ ଟ୍ରେନ ଟ୍ରାକ ସହ ସଂଯୁକ୍ତ ହୋଇରହିଛି । ଯେତେବେଳେ ବି ଟ୍ରେନ ପାସ କରେ, ଟ୍ରାକ ପାଶ୍ୱର୍ରେ ଥିବା ବାକ୍ସ ଗୁଡ଼ିକ ଟ୍ରେନର ଗତି ଗଣନା କରିଥାଏ ।

ବାସ୍ତବରେ ଏହି ବାକ୍ସ ଟ୍ରାକରେ ଥିବା ଏକ ତାର ସହ ସଂଯୁକ୍ତ । ଯେତେବେଳେ ଟ୍ରେନ୍ ବାକ୍ସକୁ ଛାଡ଼ି ଗତି କରେ ସେତେବେଳେ ଏହା ଟ୍ରେନର କୋଚ ଏବଂ ଚକାକୁ ଗଣିଥାଏ । ଯଦି କୌଣସି ଅଘଟଣ ଘଟେ ତାହେଲେ ଆଗାମୀ ବାକ୍ସକୁ ରିପୋର୍ଟ ଯାଇଥାଏ । ତେବେ ପରବର୍ତୀ ବାକ୍ସ ଏହି ସୂଚନା ପାଇବା ମାତ୍ରେ ରେଡ ସିଗନାଲ ଦେଇଥାଏ ଆଉ ଟ୍ରେନ ଅଟକିଥାଏ । ଏହାପରେ ପରବର୍ତୀ ରେଳ ଷ୍ଟେସନକୁ ମଧ୍ୟ ସୂଚନା ଯାଇଥାଏ । ଯଦି ଟ୍ରେନର କୌଣସି କୋଚ ଅଲଗା ହୋଇ ଯାଆନ୍ତି ତେଣୁ ବାକ୍ସ ସାହାର୍ଯ୍ୟରେ ସେମାନେ କେଉଁଠାରେ ଛାଡ଼ିଛନ୍ତିି ତାହା ଜାଣିବା ସହଜ ହୋଇଥାଏ । ଏହା ସେଗୁଡ଼ିକ ଖୋଜିବା ଏବଂ ଅନୁସନ୍ଧାନ କରିବାରେ ସାହାର୍ଯ୍ୟ କରେ । ଏହାସହ ଏହି ବାକ୍ସ ଗୁଡ଼ିକ ଟ୍ରେନର ଗତି ଏବଂ ଟ୍ରେନର ଦିଗକୁ ରେକର୍ଡ କରିଥାଏ ।