କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ବଢିବ କି ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ? ଆଗକୁ ହେବ ପ୍ରଶାସନର ନବକଳେବର

632

କନକ ବ୍ୟୁରୋ: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ନୂଆ ସରକାର ଗଠନ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ସରକାର ପରିବର୍ତ୍ତନ ପରେ ପ୍ରଶାସନିକ ସ୍ତରରେ ବଡ ଅଦଳବଦଳ ହୋଇପାରେ । ତେବେ ସରକାର ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢାଇବେ ନା ନୂଆ ଅଧିକାରୀଙ୍କୁ ନିଯୁକ୍ତ ଦେବେ , ତା ଉପରେ ସମସ୍ତଙ୍କ ନଜର ରହିଛି । ରେସରେ ଅନ୍ୟ ବରିଷ୍ଠ ଅଧିକାରୀ ବି ରହିଛନ୍ତି ।

ସରକାର ବଦଳିବା ପରେ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଏହିମାସ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟର୍କାଳ ସରୁଛି । ତେଣୁ ତାଙ୍କୁ ପୁଣିଥରେ ରିପିଟ କରାଯିବ ନା ନୂଆ ପ୍ରଶାସନିକ ମୁଖିଆଙ୍କୁ ସରକାର ନିଯୁକ୍ତି ଦେବେ ତା ଉପରେ ଚର୍ଚ୍ଚା ଚାଲିଛି । ୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କୁ ଚାକିରୀରୁ ଅବସର ପରେ ବି ୬ ମାସ ପାଇଁ ଥଇଥାନ କରିଥିଲେ ତତକାଳୀନ ସରକାର । କିନ୍ତୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପାଖେ ପାଖେ ରହୁଛନ୍ତି ପ୍ରଦୀପ ଜେନା ଓ ପ୍ରତ୍ୟେକ ସମୀକ୍ଷା ବୈଠକରେ ମଧ୍ୟ ନଜରରେ ଆସୁଛନ୍ତି । ତେଣୁ ଚର୍ଚ୍ଚା ହେଉଛି, ପ୍ରଦୀପ ଜେନା ସରକାରଙ୍କ ଗୁଡବୁକରେ ଅଛନ୍ତି ।

ପ୍ରଦୀପ ଜେନାଙ୍କ ପରେ ଆଉ କିଛି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଯେଉଁମାନେ ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି
ସତ୍ୟବ୍ରତ ସାହୁ, ୧୯୯୧ ବ୍ୟାଚର ଆଇଏଏସ
ବର୍ତ୍ତମାନ ଏସଆରସି ଦାୟିତ୍ୱ ତୁଲାଇବା ସହ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଅଛନ୍ତି
ନିକୁଞ୍ଜ ଧଳ, ୧୯୯୩ ବ୍ୟାଚର ଆଇଏଏସ
ବର୍ତ୍ତମାନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଅଛନ୍ତି
କୁହାଯାଉଛି, ରାଜ୍ୟ ସରକାରଙ୍କ ଗୁଡବୁକରେ ଅଛନ୍ତି ନିକୁଞ୍ଜ ଧଳ
ଅନୁ ଗର୍ଗ, ୧୯୯୧ ବ୍ୟାଚର ଆଇଏଏସ
ବର୍ତ୍ତମାନ ଉନ୍ନୟନ କମିଶନର ସହିତ ଜଳସେଚନ ବିଭାଗର ସଚିବ ଅଛନ୍ତି
ବରିଷ୍ଠତା ଦୃଷ୍ଟିରୁ ଆଗରେ

ଖାଲି ମୁଖ୍ୟ ଶାସନ ସଚିବ ନୁହନ୍ତି, ଆଗକୁ ପ୍ରଶାସନିକ ସ୍ତରରେ ବି ବଡ ଅଦଳବଦଳ ହୋଇପାରେ । ଏଥିପାଇଁ ମାନମନ୍ଥନ ଚାଲିଛି । କିଛି ବରିଷ୍ଠ ଆଇଏଏସ ଅଧକାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି ।