ଟ୍ରାଫିକ ଚେକିଂରୁ ବଞ୍ଚିବା ପାଇଁ ଗଢ଼ିଲେ ହ୍ୱାଟସ ଆପ ଗ୍ରୁପ। ଅନୁଗୁଳରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ପୋଲିସ ଚେକିଂ ସ୍ଥାନର ସୂଚନା।

3,079

କନକ ବ୍ୟୁରୋ: ସତର୍କ ହୋଇଯାଅ, ଛକରେ ଚାଲିଛି ଟ୍ରାଫିକ ଚେକିଂ । ଯଦି ଆପଣ ହେଲମେଟ ପିନ୍ଧିନାହାନ୍ତି କି ଆପଣଙ୍କ ପାଖରେ ଲାଇସେନ୍ସ ନାହିଁ ତାହାଲେ ତୁରନ୍ତ କରିଦିଅନ୍ତୁ ରାସ୍ତା ପରିବର୍ତନ । ଏଭଳି କିଛି ମେସେଜ ଏବେ ଅନୁଗୁଳ ଜିଲ୍ଲାରେ ଏବେ ହ୍ୱାଟସଆପରୁ ହ୍ୱାଟସ ଆପ ଘୁରି ବୁଲୁୁଛି । ସଚେତନା ହେବା ବଦଳରେ ଫାଇନରୁ ବଞ୍ଚିବା ପାଇଁ ଭୁଲ ରାସ୍ତା ଆପଣାଉଛନ୍ତି ଅମାନିଆ । ଟ୍ରାଫିକ୍ ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଅମାନିଆ ଯୁବପିଢ଼ୀ । ଯାହା ପରିବହନ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ବର୍ତମାନ ସାରା ଦେଶରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ ହେଉଛି ଏଥିପାଇଁ ପରିବହନ ବିଭାଗ ବିଭିନ୍ନ ସ୍ଥାନରେ ସଚେତନତା ବାର୍ତା ଦେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସହରରେ ଚେକିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହର ଉଦ୍ଦେଶ୍ୟ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାରେ କୌଣସି ଧନ ଜୀବନ ହାନି ନଘଟିବା ପାଇଁ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛନ୍ତି । ହେଲେ କିଛି ଅମାନିଆ ସଚେତନତା ହେବା ବଦଳରେ ଏଭଳି ଗଳା ବାଟ ଖୋଜୁଛନ୍ତି ।