ଋଷର ଆଭିମୁଖ୍ୟ ଉପରେ ପାଶ୍ଚାତ୍ୟ ଦେଶର କଟକଣା । ଆମେରିକା, ବ୍ରିଟେନ, ଜର୍ମାନ, ଫ୍ରାନ୍ସ ପରେ କାନାଡା କହିଲା ଲଗାଇବ କଟକଣା

184

କନକ ବ୍ୟୁରୋ: ୟୁକ୍ରେନ ଓ ଋଷିଆ ମଧ୍ୟରେ ବିବାଦ ଏକ ସମୀକରଣ ସୃଷ୍ଟି କରିବାର ସମ୍ଭାବନା ରହିଛି । ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବଡ ବଡ ଶକ୍ତିମାନେ ଏହି ସମୀକରଣରେ ସାମିଲ ହୋଇପାରନ୍ତି । ଯଦି ଶକ୍ତିଶାଳୀ ଦେଶମାନେ ଏହି ସମୀକରଣରେ ସାମିଲ ହୁଅନ୍ତି ଏବଂ ଏହା ଯୁଦ୍ଧର ରୂପ ନିଏ, ତେବେ ଏହା ସାରା ବିଶ୍ୱ ପାଇଁ ଭୟଙ୍କର ପ୍ରମାଣିତ ହୋଇପାରେ । ପୃଥିବୀର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚୀନ, ଋଷିଆ ସମର୍ଥନରେ ବାହାରୁଥିବାର ଜଣାପଡୁଛି । ଆମେରିକା ଓ ଅନ୍ୟ ନାଟୋ ଦେଶଗୁଡିକର ରୁଷିଆ ଉପରେ ଆର୍ଥିକ କଟକଣା ଲଗାଇବାକୁ ଚୀନ ବିରୋଧ କରୁଛି ଏବଂ କଥାବାର୍ତ୍ତା ଦ୍ୱାରା ୟୁକ୍ରେନ ସଙ୍କଟକୁ ଟାଳି ହେବ ବୋଲି ଚୀନର ସରକାରୀ ମୁଖପାତ୍ର କହିଛନ୍ତି ।

ସେପଟେ ଋଷକୁ ନେଇ ଆମେରିକା, ବ୍ରିଟେନ ପରେ କାନାଡା ମଧ୍ୟ କଡ କଟକଣା ଜାରି କରିଛି । ୟୁକ୍ରେନ ଉପରେ ୠଷର ବେଆଇନ କାର୍ଯ୍ୟକଳାପ ଗଣତନ୍ତ୍ର ଉପରେ ପ୍ରହାର ବୋଲି କହିଛନ୍ତି କାନାଡା ପ୍ରଧାନମମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସେହିପରି ଋଷର କାର୍ଯ୍ୟକଳାପ ବିଶ୍ୱ ଶାନ୍ତି ପାଇଁ ମଧ୍ୟ ବଡ ବିପଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଟ୍ରୁଡୋ । ଏହାସହିତ ବିଶେଷ ଆର୍ଥିକ ଉପାୟ ମାଧ୍ୟମରେ ଋଷ ଉପରେ ପ୍ରତିବନ୍ଧକ ଯୋଗୁଁ ଲଗାଇଛି କାନାଡା । ଏହି କଟକଣା ୠଷର ପ୍ରାନ୍ତରେ ଥିବା ଦୁମାରେ ରାଜ୍ୟରେ ଲାଗୁ ହେବ । କାରଣ ୟୁକ୍ରେନର ଦୁଇଟି ଦେଶକୁ ମାନ୍ୟତା ଦେବା ପାଇ ଦୁମା ରାଜ୍ୟ ମଧ୍ୟ ସମର୍ଥନ କରିଥିଲା ।

ସେହିପରି ଲୁହାନସ୍କ ଓ ଡୋନେଟ୍ସ ଅଞ୍ଚଳରୁ ମଧ୍ୟ କାରବାର ବନ୍ଦ କରିବ ବୋଲି ଜଣାପଡିଛି । ଋଷିଆକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରୁଣ ଦେବାରେ ମଧ୍ୟ ରୋକ ଲଗାଯାଇଛି । ୠଷର ୨ ଟି ବିତୀୟ ସଂସ୍ଥା ଉପରେ ମଧ୍ୟ ରୋକ ଲଗାଯାଇଛି । ସେହିପରି କାନାଡାର ୪୬୦ ଜଣ ସୈନିକଙ୍କୁ ମଧ୍ୟ ନାଟୋ ସେନାରେ ସାମିଲ କରିବାକୁ କହିଛି କାନାଡା । କାନାଡା ଅନ୍ୟାନ୍ୟ ସୈନା ବାହିନୀରୁ ୩୪ ଶହ ସେନା ନାଟୋ ସୈନ୍ୟ ସଙ୍ଗଠନରେ ମୃତୟନ କରାଯିବ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।